ଜାମସେଠରେ ଦୁଇ ଦିନିଆ ସଟଡାଉନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଦିନକୁ ଦିନ କରୋନା ଗାଁଗୁଡିକୁ ଧୀରେ ଧୀରେ ମାଡ଼ି ବସୁଥିବା ବେଳେ ଚିନ୍ତାର ବିଷୟ ସାଜିଛି । ବରଗଡ଼ ଜିଲ୍ଳା ପାଇକମାଳ ବ୍ଳକ ଜାମସେଠ ଗ୍ରାମପଞ୍ଚାୟତରେ ମଙ୍ଗଳବାର ସକାଳ ୭ଟାରୁ ଗୁରୁବାର ସକାଳ ୭ଟା ପର୍ଯ୍ୟନ୍ତ ସଟଡାଉନ ରହିବ । ଗାଁରେ ପଜିଟିଭ କେସ ଆସିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ଏଣୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ, ଏହା ପ୍ରତି ସଚେତନତା ଅବଲମ୍ବନ କରିବା ସହିତ ଘର ବାହାରକୁ ବାହାରିଲେ ମାକ୍ସ ବ୍ୟବହାର କରିବା ଉଚିତ । ସମସ୍ତେ ନିଜ ନିଜ ଘରେ ରୁହନ୍ତୁ । ସାମାଜିକ ଦୂରତା ରକ୍ଷା ରଖନ୍ତୁ । ସୋସାଇଟି, ଡାକଘର, ଆରଆଇ ଅଫିସ, ବ୍ୟାଙ୍କ ପ୍ରମୁଖ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଅତି ଆବଶ୍ୟକ ସ୍ଥଳେ କେବଳ ରାସନ୍ ଓ ମେଡିକାଲ କାର୍ଯ୍ୟରେ ସାମାଜିକ ଦୂରତା ରକ୍ଷା କରି ମାକ୍ସ ବ୍ୟବହାର କରି ବାହାରନ୍ତୁ । ଏଥିରେ କୌଣସି ବ୍ୟକ୍ତି ଅବହେଳା କରି ନିୟମ ଉଲଂଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜାମସେଠ ସରପଞ୍ଚ ରମ୍ଭା ତାଣ୍ଡି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.