jayashree

ଜୁନ ମାସ ପାଇଁ ବଲାଙ୍ଗିର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜୁନ୍‌ ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ତଦନୁସାରେ ମାସର ପ୍ରଥମ ସୋମବାର ୬ ତାରିଖ ଦିନ ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ, ଦ୍ୱିତୀୟ ସୋମବାର ୧୩ ତାରିଖ ଦିନ ଗୁଡ଼ଭେଲା ବ୍ଲକ କାର୍ଯ୍ୟାଳୟ ଠାରେ, ତୃତୀୟ ସୋମବାର ୨୦ ତାରିଖ ଦିନ ବେଲପଡ଼ା ବ୍ଲକ କାର୍ଯ୍ୟଳୟ ଠାରେ ଓ ଚତୁର୍ଥ ସୋମବାର ୨୭ ତାରିଖ ଦିନ ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସଂପୃକ୍ତ ଅଂଚଳର ଜନସାଧାରଣ ସେମାନଙ୍କର ବ୍ୟକ୍ତିଗତ ତଥା ସାମୁହିକ ସମସ୍ୟା ମାନ ଜଣାଇ ପାରିବେ । ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ସଂପୃକ୍ତ ଅଂଚଳର ଜନସାଧାରଣଙ୍କ ବ୍ୟକ୍ତିଗତ ତଥା ସାମୁହିକ ଅଭିଯୋଗ ଗୁଡ଼ିକର ଶୁଣାଣୀ କରି ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ । ସଂପୃକ୍ତ ଅଂଚଳର ଜନସାଧାରଣ ଏହି ଜନ ଅଭିଯୋଗ ଶୁଣାଣି ଶିବିରରେ ନିଜ ନିଜର ଅଭିଯୋଗ ଜଣାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.