ଉପରଝର ଆଞ୍ଚଳିକ କେନ୍ଦ୍ରରେ ରଣେଶ୍ୱରୀ ରାମଚଣ୍ଡି ମନ୍ଦିର ନିର୍ମାଣ ପାଇଁ ଭୂମୀପୂଜନ ଓ ଶୁଭାରମ୍ଭ : ନିକଟସ୍ଥ ୧୩ଟି ଗାଁର ସମସ୍ତ ପରିବାରର ସାହାର୍ଯ୍ୟରେ ଆରମ୍ଭ ହେବ ମନ୍ଦିର କାମ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସୋମବାର ୧୨ଟା ସମୟରେ ଦେଓଗାଁ ବ୍ଳକ ଅନ୍ତର୍ଗତ ଉପରଝର ଗାଁ ତଥା ହର୍ଡାଟାଲ୍‌ କୁଳୁତା ସମାଜ କେନ୍ଦ୍ର ଅଧିନରେ ଥିବା ଉପରଝର ଆଞ୍ଚଳିକ କେନ୍ଦ୍ରରେ ରଣେଶ୍ୱରୀ ରାମଚଣ୍ଡି ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ଉପରଝର ସମେତ ନୂଆଁପାଲି, ରେଙ୍ଗାଲି, ଟାମୁଣ୍ଡା, ବାଞ୍ଜିପାଲି, ବ୍ରାହ୍ମଣୀପାଲି, ପାଣ୍ଢେପାଲି, ଶିରାବାହାଲ, ପାଣ୍ଢେଲ, ମହଲାଇ, ବାବିଜୋର, ଝାରମୁଣ୍ଡା ପ୍ରଭୃତି ୧୩ଟି ଗାଁ ଶତାଧିକ ପୁରୁଷ ମହିଳା ଯୋଗ ଦେଇଥିଲେ । ଏହି ଶୁଭାରମ୍ଭ ଯାଜ୍ଞରେ ଶୀବ ପ୍ରସାଦ ବିଶ୍ୱାଲ ଓ ପତ୍ନୀ ଅନୁସୟା ବିଶ୍ୱାଲ କର୍ତ୍ତା ଓ ପୂଜକ ଭାବେ ଗାନ୍ଧୀ ପଧାନ ଦାୟୀତ୍ୱ ନେଇଥିଲେ । ଶୁଭାରମ୍ଭ ପାଇଁ ସମାବେଶ ହୋଇଥିବା ବୈଠକରେ ସୁବାସ ବିଶ୍ୱାଲ ସଭାପତିତ୍ୱ କରିଥିବା ବେଳେ ସଂପାଦକ ହଲଧର ସାହୁ, ଜମୀଦାତା ରାଜେନ୍ଦ୍ର ବିଶ୍ୱାଲ ଓ ଶୀବ ବିଶ୍ୱାଲ ଅଧିକାରୀ ପଧାନ, ଧର୍ମୁ ପଧାନ, ବିଜୟ ବିଶ୍ୱାଲ, ନିଳାମ୍ବର ଭୂଏ, ରାଜେନ୍ଦ୍ର ବିଶ୍ୱାଲ, କଳାକାହ୍ନୁ ସା, ନେହେରୁ ବିଶ୍ୱାଲ, ସହ ଆଞ୍ଚଳିକ କେନ୍ଦ୍ର ଅଧିନରେ ଥିବା ସମସ୍ତ ଗାଁର କୁଳୁତା ସମାଜର ଭାଇମାନେ ଯୋଗଦେଇଥିଲେ । ସୂଚନା ଯୋଗ୍ୟ ଯେ, ଗତ ମାର୍ଗଶୀର ମାସ ଦ୍ୱିତୀୟ ଗୁରୁବାର ଦିନ ଲଗ୍ନ ଅନୁସାରେ ୧୩ଟି ଗାଁର ସାମାଜିକ ବନ୍ଧୁମାନଙ୍କ ନିଷ୍ପତ୍ତି କ୍ରମେ ଭୂମୀପୂଜା କରାଯାଇଥିଲା । ଏହି ୧୩ଟି ଗାଁର ସମସ୍ତ ପରିବାରର ସାହାର୍ଯ୍ୟରେ ମନ୍ଦିର କାମ ଆରମ୍ଭ କରାଯିବ ବୋଲି ସିଦ୍ଦାନ୍ତ କରାଯାଇଥିଲା । ସେହି ଅନୁସାରେ ସୋମବାର ଆରମ୍ଭ କରାଯାଇଥିବା ବିଷୟରେ ସଭାପତି ସୁବାସ ବିଶ୍ୱାଲ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.