ଗଡିଲା ସୋନୁ ସୁଦ ଆମ୍ବୁଲାନ୍ସ ସେବା

ନୂଆଦିଲ୍ଲୀ : ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ସହାୟତା ଯୋଗାଇ ରିଅଲ ହିରୋ ପାଲଟିଛନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍‌ । ସୋନୁଙ୍କ ଏହି ମହାନତା ତାଙ୍କୁ ଏକ ନୂଆ ପରିଚୟ ଦେଇଛି । ଏଥିପାଇଁ ତାଙ୍କ ନାଁରେ କେଉଁଠି ମନ୍ଦିର ହୋଇଛି ତ ଆଉ କେଉଁଠି ତାଙ୍କ ନାଁରେ ଦୋକାନ । ଏବେ ଅଭିନେତା ସୋନୁ ସୁଦଙ୍କ ନାଁରେ ଆରମ୍ଭ ହୋଇଛି ଆମ୍ବୁଲାନ୍ସ ସେବା । ହାଇଦ୍ରାବାଦରେ ଗଡିଛି ସୋନୁ ସୁଦ୍‌ ଆମ୍ବଲାନ୍ସ । ବିଶେଷ କଥା ହେଉଛି ଏହି ଆମ୍ବୁଲାନ୍ସ ସେବାର ଉଦ୍‌ଘାଟନ ସୋନୁ ସୁଦ ନିଜ ହାତରେ କରିଛନ୍ତି । ହାଇଦ୍ରାବାଦ୍‌ରେ ବାସ କରୁଥିବା ଶିବା ନାମକ ଜଣେ ବ୍ୟକ୍ତି ସୋନୁଙ୍କ ନାଁରେ ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି । ସୂଚନା ମୁତବାକ ନିକଟରେ ଶିବା ଏକ ଆମ୍ବୁଲାନ୍ସ କିଣିଥିଲେ । ପରେ ସୋନୁଙ୍କ କାମରୁ ପ୍ରେରିତ ହୋଇ ସେ ଆମ୍ବୁଲାନ୍ସକୁ ସୋନୁ ସୁଦଙ୍କ ନାଁ ଦେଇଦେଲେ । ଶିବା ମଧ୍ୟ ହାଇଦ୍ରାବାଦ ନିଃସ୍ୱାର୍ଥ ଭାବେ ଲୋକଙ୍କ ସେବା କରନ୍ତି । ପେସାରେ ସେ ଜଣେ ସନ୍ତରଣକାରୀ । ଏବେ ସୁଦ୍ଧା ପାଣିରେ ବୁଡି ଯାଇଥିବା ୧୦୦ ଜଣଙ୍କୁ ରକ୍ଷା କରି ଜୀବନ ବଞ୍ଚାଇଛନ୍ତି । ଶିବାଙ୍କ ନିଃସ୍ୱାର୍ଥ ସେବାକୁ ଦେଖି ସେଠାକାର ଲୋକେ ତାଙ୍କୁ ଟଙ୍କା ଦାନ କରିବାକୁ ଲାଗିଲେ । ସେହି ଟଙ୍କାରେ ଶିବା ଏକ ଆମ୍ବୁଲାନ୍ସ କିଣି ତା ନାଁ ଦେଇଛନ୍ତି ସୋନୁ ସୁଦ ଆମ୍ବୁଲାନ୍ସ ସେବା । ଏହି ଆମ୍ବୁଲାନ୍ସ ଉଦଘାଟନ କରିବାକୁ ସୋନୁ ସୁଦ୍‌ ହାଇଦ୍ରାବାଦରେ ପହଞ୍ଚିଥିଲେ । ତାଙ୍କ ନାଁରେ ଆମ୍ବୁଲାନ୍ସ ସେବା ଦେଖି ସେ ବହୁତ ଖୁସି ହୋଇଥିଲେ । ଆମ୍ବୁଲାନ୍ସ ଉଦଘାଟନ କରି ସୋନୁ କହିଥିଲେ, ଶିବାଙ୍କ କାମ ବେଶ୍‌ ପ୍ରଶଂସନୀୟ । ଆମ୍ବୁଲାନ୍ସ ଉଦଘାଟନ କରିବାକୁ ଆସି ମୁଁ ଗର୍ବିତ । ସେ କହିଛନ୍ତି ଦେଶକୁ ଶିବା ଭଳି ଲୋକଙ୍କ ଆବଶ୍ୟକତା ରହିଛି ସେ ବହୁତ ଭଲ କାମ କରିଛନ୍ତି ।

Leave A Reply

Your email address will not be published.