ଶ୍ରୀମତ ଭାଗବତ ସପ୍ତାହ ଉପଲକ୍ଷେ କଳସ ଶୋଭାଯାତ୍ରା : ବରଗାଁରେ ବାବାଙ୍କୁ ବିପୁଳ ସମ୍ବର୍ଦ୍ଧନା, ଶୋଭାଯାତ୍ରା ଓ ପ୍ରବଚନ ଆରମ୍ଭ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସ୍ଥିତ ବ୍ଲକଛକଠାରେ ଶ୍ରୀମତ ଭାଗବତ ସପ୍ତାହ ଉପଲକ୍ଷେ ମା’ ଗଜଲକ୍ଷ୍ମୀ ପୂଜା କମିଟି ଆନୁକୂଲ୍ୟରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକଛକ ତଥା ଆଖପାଖ ଅଞ୍ଚଳର ମହିଳା ପୁରୁଷମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ଘଣ୍ଟ, ବାଜା ଓ ସଂକୀର୍ତ୍ତନ ମାଧ୍ୟମରେ ବ୍ଲକଛକ ବନ୍ଧରୁ ୧୦୮ ଗୋଟି କଳସରେ ପାଣି ଆଣି ମଣ୍ଡପ ସ୍ଥାପନ କରିଥିଲେ । ଏଥିରେ କଥା ବ୍ୟାସ ପରମପୂଜ୍ୟ ମହାମଣ୍ଡଲେଶ୍ଵର ମହନ୍ତ ସଚ୍ଚିଦାନନ୍ଦ ଶାସ୍ତ୍ରୀଜୀଙ୍କ ତତ୍ତ୍ୱାବଧାନରେ ଉପସ୍ଥିତରେ ପଣ୍ଡିତ ପଙ୍କଜ ଚତୁର୍ବେଦୀ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇଥିବା ବେଳେ ଆଦିତ୍ୟ ଦାସ ମହାରାଜ ମୂଳପାଠ କରିଥିଲେ । ହରି ଚରଣ ଦାସ ମହାରାଜ, ରାଜକିଶୋର ଶତପଥି ଓ କୃଷ୍ଣ ଦାସ ସଂଗୀତ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ଭାଗବତ ସପ୍ତାହ ପାଇଁ ସୁନୀଲ କୁମାର ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ପିଙ୍କି ଅଗ୍ରୱାଲ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ଏହି ଭାଗବତ ୭ ଦିନ ଧରି ଚାଲିବ ଓ ୨୨ ତାରିଖ ଦିନ ପୂର୍ଣ୍ଣାହୁତି ହେବ ବୋଲି ଆୟୋଜକ କମିଟି ସୂତ୍ରରୁ ଜଣାପଡିଛି । ଏହାର ପ୍ରଥମ ଦିନରେ ଶ୍ରୀମତ ଭାଗବତ ସପ୍ତାହ କଳସ ଶୋଭାଯାତ୍ରା ଶୁଭାରମ୍ଭ ହୋଇ ବ୍ୟାସ ନାରଦ ଓ ପରକ୍ଷିତ ଜନ୍ମ ପରିବେଷଣ ହୋଇଥିଲା । ଦ୍ୱିତୀୟ ଦିନରେ ବରାହ ଅବତାର କଥାରେ କପିଳ ଦେନ ହୂତି କଥାମୃତ କାର୍ଯ୍ୟକ୍ରମ ହୋଇଥିଲା । ପ୍ରଥମେ ମହନ୍ତ ସଚ୍ଚିତାନନ୍ଦ ଶାସ୍ତ୍ରୀଜୀଙ୍କୁ ବରଗାଁ ଛକଠାରେ ବିପୁଳ ସମ୍ବର୍ଦ୍ଧନା ଦେବା ସହ ଏକ ବିରାଟ ମଟର ସାଇକେଲ ଶୋଭାଯାତ୍ରାରେ ସଇଁତଲା ବ୍ଲକଛକ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । କାର୍ଯ୍ୟକ୍ରମକୁ ସ୍ଥାନୀୟ ମା’ ଗଜଲକ୍ଷ୍ମୀ ପୂଜା କମିଟିର ସହଯୋଗରେ ଆୟୋଜନ କରାଯାଇଛି ।

Leave A Reply

Your email address will not be published.