ପାଳିବନ୍ଧ ପଞ୍ଚାୟତରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୁଆ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଗଞ୍ଜାମ ଜିଲ୍ଲାର ତାରାତାରିଣୀ ଶକ୍ତିପୀଠରେ ରବିବାର ବିଜୁସ୍ବାସ୍ଥ୍ୟ ଯୋଜନାର ଶୁଭାରମ୍ଭ କରିଥିବା ବେଳେ ଗଞ୍ଜାମ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନୁଆ ସ୍ମାର୍ଟ କାର୍ଡ ବଣ୍ଟନ କରାଯାଇଛି । ସ୍ଥାନୀୟ ବିଧାୟକ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ଗ୍ରାମ ପଞ୍ଚାୟତ କାର୍ୟ୍ୟାଳୟରେ ଯୋଗଦେଇ ପଞ୍ଚାୟତବାସୀଙ୍କୁ ନୁଆ ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା । ଗଞ୍ଜାମ ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ, ସ୍ଥାନୀୟ ସରପଞ୍ଚ ଦିଲିପ କୁମାର ଛୋଟରାୟ, ସମିତି ସଭ୍ୟ ଛାୟାକାନ୍ତ ପ୍ରଧାନ ପ୍ରମୁଖ ଯୋଗଦେଇ ନୂତନ ବିଜୁକଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଗରିବ ଶ୍ରେଣୀର ଲୋକମାନଙ୍କ ସ୍ବାସ୍ଥ୍ୟ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବିଧାୟକ ଶ୍ରୀ ବିଧାୟକ କହିବା ସହ ଏଥିଦ୍ୱାରା ମହିଳାମାନଙ୍କ ନିମନ୍ତେ ୧୦ ଲକ୍ଷ ଓ ପୁରୁଷମାନଙ୍କ ନିମନ୍ତେ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ସହାୟତା ରାଶି ରହିଥିବା ସୂଚନା ଦେଇଥିଲେ । ପାଳିବନ୍ଧ ପଞ୍ଚାୟତ ବିକାଶ ନିମନ୍ତେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ବିଧାୟକ ପ୍ରକାଶ କରିଥିଲେ । ପିଇଓ ଦିଲିପ ନାୟକ, ନୋଡାଲ ଅଫିସର ନିରଞ୍ଜନ ମହାପାତ୍ର, ୱାର୍ଡ ସଭ୍ୟା ପିଙ୍କି ସାହୁ, ଦମୟନ୍ତି ବେହେରା, ପବିୟର ସ୍ବାଇଁ, ବିଜୟ ପ୍ରଧାନ ପ୍ରମୁଖଙ୍କ ସମେତ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି, ଏମ୍ ବି କେ, ସିଆରପି, ଅଙ୍ଗନବାଡି ୱାର୍କର ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପଞ୍ଚାୟତରେ ଉଦ୍‌ଘାଟନୀ ଦିବସରେ ୧୫୦ ଜଣ ହିତାଧିକାରୀଙ୍କୁ ନୂତନ କାର୍ଡ ବଣ୍ଟନ କରାଯାଇଥିବା ବେଳେ ଆସନ୍ତା ୧୯ ତାରିଖ ସୁଧା ୨୧୯୬ ଜଣ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟବୀମା କାର୍ଡ ବଣ୍ଟନ କରାଯିବା ନେଇ ସରପଞ୍ଚ ଶ୍ରୀ ଛୋଟରାୟ ସୂଚନା ଦେଇଛନ୍ତି । ସେହିପରି ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତରେ ମଧ୍ୟ ବିଧାୟକ ଶ୍ରୀ ବେହେରା ସ୍ୱାସ୍ଥ୍ୟବୀମା କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ବିଡ଼ିଓ ଶ୍ରୀ ରାୟଙ୍କ ସମେତ ପୂର୍ବତନ ବିଜେଡି ବ୍ଲକ ସଭାପତି ବନବାସୀ ଖୁଣ୍ଟିଆ, ଯୁବ ବିଜେଡି ବ୍ଲକ ସଭାପତି ଅନ୍ତର୍ୟ୍ୟାମୀ ବେହେରା ପ୍ରମୁଖଙ୍କ ସହ ସ୍ଥାନୀୟ ଲୋକ ପ୍ରତିନିଧି ପ୍ରମୁଖଙ୍କ ଉପସ୍ଥିତିରେ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଥିଲା ।

Leave A Reply

Your email address will not be published.