ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଏଥ୍ଲେଟିକ ଏସୋସିଏସନ୍ ଆନୁକୂଲ୍ୟରେ ପଞ୍ଚମ ବର୍ଷ ସ୍ୱର୍ଗତ ଭୁବନେଶ୍ୱର ଧରୁଆ ମେମୋରିଆଲ୍ ଫୁଟବଲ୍ କପ୍ ସ୍ଥାନୀୟ ମିନି ଷ୍ଟାଡିୟମ୍ରେ ଉଦ୍ଯାପିତ ହୋଇଯାଛି । ଏଥିରେ ଛତା ବାହାଲ ଦଳ ଚମ୍ପିୟାନ ହୋଇଥିବା ବେଳେ କୁଶଙ୍ଗ ଦଳ ଉପ ବିଜେତା ହୋଇଥିଲେ । ସେହିପରି ଝାରମୁଣ୍ଡା ଓ ସରଗାଡ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସଭାପତି ଶ୍ୟାମସୁନ୍ଦର ମେହେର ସଭାପତିତ୍ୱ କରିଥିଲେ । ଏଥିରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପଧାନ ମୁଖ୍ୟ ଅତିଥି, ଗୌନ୍ତିଆ ସଦାନନ୍ଦ ଧରୁଆ ଓ ପୂର୍ବତନ ସରପଞ୍ଚ ସୁନିଲ ଅଗ୍ରୱାଲ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ଏହି ଅବସରରେ ଚାମ୍ପିୟାନ ଓ ଉପବିଜେତା ଦଳ ସମେତ ଝାରମୁଣ୍ଡା ଓ ସରଗାଡ ଦଳକୁ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଟିକେଲାଲ ସାହୁ, ଆନନ୍ଦ ଧରୁଆ, କାର୍ତ୍ତିକ କର୍ତ୍ତ୍ତି ମଞ୍ଚାସୀନ ଥିଲେ । ଖେଳକୁ ଅକ୍ଷୟ କୁମାର ଭୋଇ, ସୁଧାଂଶୁ ମହାକୁର, ବିରେନ୍ଦ୍ର ଧରୁଆ ଓ ଅଶୋକ ମେହେର ପରିଚାଳନା କରିଥିଲେ । ମନୋଜ ଧରୁଆ, ଗୋକୁଳ ମେହେର, ଦୁଃଖୀଶ୍ୟାମ ଧରୁଆ, ରାମ କୁମାର ମେହେର, ଅନ୍ତର୍ଯ୍ୟାମୀ ମେହେର, ସୁନିଲ ମେହେର, ସନ୍ତୋଷ ମେହେର, ବିନୋଦ ଧରୁଆ, ସମାରୁ ଚନ୍ଦନଙ୍କ ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।