ସମଲିଙ୍ଗି ବିବାହ ବିରୁଦ୍ଧରେ ସଚେତନ ନାଗରିକଙ୍କ ତରଫରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନ ନାଗରିକଙ୍କ ତରଫରୁ ସମଲିଙ୍ଗି ବିବାହ ବିରୁଦ୍ଧରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଭାରତର ସର୍ବୋଚ୍ଚ ଅଦାଲତରେ ଚାଲିଥିବା ଏହି ବିଷୟକୁ ନେଇ ଦେଶବାସୀ ଚିନ୍ତିତ, ଏହା ଭାରତର ସଂସ୍କୃତି, ପରମ୍ପରା ଓ ମୂଳ ଢାଞ୍ଚାର ବିରୁଦ୍ଧାଚରଣ ଅଟେ । ବର୍ତ୍ତମାନ ଦେଶରେ ଜନସଂଖ୍ୟା ବିସ୍ପୋରଣ, ମୁକ୍ତ ଶିକ୍ଷାର ପ୍ରଚଳନ, ଦାରିଦ୍ର୍ୟତା ଉପଶମ, ମୁକ୍ତ ଓ ସୁସ୍ଥ ପରିବେଶ ଭଳି ମୁଖ୍ୟ ପ୍ରସଙ୍ଗ ଥିବା ବେଳେ ସେଥିପ୍ରତି ସର୍ବୋଚ୍ଚ ଅଦାଲତ ଧ୍ୟାନ ଦେଇ ଗଣତନ୍ତ୍ର ରାଷ୍ଟ୍ରରେ ଜନ ସାଧାରଣଙ୍କ ସମସ୍ୟାକୁ ଦୂର କରିବା କଥା । କିନ୍ତୁ ଏଥିପ୍ରତି ଧ୍ୟାନ ଦିଆ ଯାଉନାହିଁ । ଆଜି ରାଉରକେଲାର ସଚେତନ ନାଗରିକ ବୃନ୍ଦ ସମଲିଙ୍ଗି ବିବାହକୁ ବିରୋଧ କରୁଛନ୍ତି କାରଣ ଏହା ଆମ ସଂସ୍କୃତି ଓ ପରମ୍ପରାକୁ କୁଠାରାଘାତ କରିବ, ସମାଜରେ ବିଶୃଖଳା ଦେଖାଦେବ । ଜନତା ଓ ରାଷ୍ଟ୍ରର ହିତ ଦୃଷ୍ଟିରୁ ଆମେ ମହାମହିମ ରାଷ୍ଟ୍ରପତିଙ୍କୁ ଅନୁରୋଧ କରୁଛୁ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବା ପାଇଁ । ଆଜିର ଏହି କାର୍ଯ୍ୟକ୍ରମରେ ସବିତା ତନ୍ତୀ, ଲତିକା ପଟ୍ଟନାୟକ, ପଦ୍ମାସିନୀ ନାୟକ, ପୁଷ୍ପଲତା ସାହୁ, ରୀତା ସାହୁ, ଅଞ୍ଜଳୀ ନାଥ, ସୁଶୀଳା ରାଉତ, ବିଜୟଲକ୍ଷ୍ମୀ ମହାରଣା, ରାଧିକା ଅଗ୍ରୱାଲ, ସସ୍ମିତା ପାଢ଼ୀଙ୍କ ସମେତ ଶତାଧିକ ସଦସ୍ୟ ସାମିଲ ହୋଇଥିଲେ ।

Leave A Reply

Your email address will not be published.