ଶା‌ଶ୍ୱତଙ୍କ ପାଇଁ ଶୁଭେଚ୍ଛାର ସୁଅ

ସୁବ‌ର୍ଣ୍ଣପୁର, (ପ୍ରଭୁଦ‌ତ୍ତ ରଥ): ଓଡ଼ିଶା ସଂଗୀତ ନାଟକ ଏକାଡେମୀର ନୂତନ ସଦସ୍ୟ ଭାବେ ସୁବର୍ଣ୍ଣପୁର ଜିଲ୍ଲାର ବିଶିଷ୍ଟ କଣ୍ଠ ଶିଳ୍ପୀ ତଥା ସଂଗୀତ ନିର୍ଦ୍ଦେଶ ଶା‌ଶ୍ୱତ କୁମାତ ତ୍ରିପାଠୀ ମନୋନୀତ ହୋଇଛନ୍ତି । ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ସାଧାରଣ ପରିଷଦ ଭାବେ ସେ କାର୍ୟ୍ୟ ଭାର ଗ୍ରହଣ କରିଛନ୍ତି । ଏହି ଖବରପାଇ ଜିଲ୍ଲ।ର ବୁଦ୍ଧିଜୀବୀ, ସାହିତୈକ ଓ ସାଂସ୍କୃତିକ ମହଳରେ ଖୁସିର ଲହରୀ ଖେଲି ଯାଇଛି । ଜିଲ୍ଲାର ଭାଷା, ସାହିତ୍ୟ ଓ ସଂସ୍କୃତି ପାଇଁ କାମ କରିବାକୁ ସୁଯୋଗ ଦେଇଥିବାରୁ ରାଜ୍ୟ ସରକାର ଓ ସଂଗୀତ ନାଟକ ଏକାଡେମୀକୁ ଧନ୍ୟବାଦ ଦେଇଛନ୍ତି ଶାଶ୍ଵତ। ସୁବର୍ଣ୍ଣପୂର ଜିଲ୍ଲା ପାଇଁ ଗୌରବ ଆଣିବାରୁ ଶା‌ଶ୍ୱତଙ୍କୁ ଜିଲ୍ଲାର ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.

error: Content is protected !!