୨୭ତମ ବାର୍ଷିକ ଶ୍ରୀରାମଚରିତ ମାନସ ମହାଯଜ୍ଞ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଳା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ଶ୍ରୀ ଶ୍ରୀ ମହବୀର ଜୀଉଙ୍କ ପ୍ରାଙ୍ଗଣରେ ୨୭ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପରମ କାରୁଣିକ ଅନନ୍ତ କୋଟି ବ୍ରହ୍ମାଣ୍ଡ ନାୟକ ମର୍ଯ୍ୟାଦା ପୁରୁଷୋତ୍ତମଙ୍କର ବିମଳ ଚରିତ୍ର ଉପରେ ଆଧାରିତ ଓ ତୁଳସୀ ଦାସଙ୍କ ରଚିତ ପଞ୍ଚ ଦିବସ ବ୍ୟାପି ପ୍ରବଚନ ଓ ମହାଯଜ୍ଞ ପ୍ରବଚକ ପଣ୍ଡିତ ରବି ହୋତା, ପଣ୍ଡିତ କୈଳାସ ପଣ୍ଡା, ଡା ଗୁରୁପ୍ରସାଦ ମହାପାତ୍ର, ପଣ୍ଡିତ ମାନସ ଲେଙ୍କା ଓ ମୁଖ୍ୟ ପୁରୋହିତ ଅରୁଣ ପଣ୍ଡା ଓ ସାଥୀ ବୃନ୍ଦଙ୍କ ସହ ବ୍ୟାସ ସୁରେଶ କୁମାର ମିଶ୍ର ଓ ପ୍ରମୋଦ ମିଶ୍ରଙ୍କ ଦ୍ୱାରା ସୁଚାରୁ ରୂପେ କାର୍ଯ୍ୟକ୍ରମ ସମ୍ପାଦନା କରଯାଇଥିଲା । ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଗୁରୁବାର ଗୋଧୁଳି ଲଗ୍ନରେ ଯଜ୍ଞ ପୂର୍ଣ୍ଣାହୁତି ହୋଇଥିବା ବେଳେ ପ୍ରସାଦ ଓ ପଣା ସେବନର ବ୍ୟବସ୍ଥା କରଯାଇଥିଲା । ଏଥିରେ ଶ୍ରୀ ଶ୍ରୀ ମହାଦେବ ଜୀଉ ଭକ୍ତ ବୃନ୍ଦ, ଉପଦେଷ୍ଟା ମଣ୍ଡଳୀ ଓ ଗ୍ରାମବାସୀ ସହୋଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!