କୁଡ଼ାସିଂହା ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଓ ପୂର୍ବ ସଭ୍ୟଙ୍କ ପରଲୋକରେ ଶୋକସଭା

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହା ସ୍ଥିତ ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସରକାରୀ ନିର୍ଦ୍ଦେଶ ଅନୁସାରେ ଶୁକ୍ରବାର ଦିନ ଖୋଲିବା ପରେ କାରୋନା କଟକଣା ସହିତ ଶିକ୍ଷାରମ୍ଭ କରାଯାଇଥିଲା । ଏହାପରେ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପସ୍ଥିତିରେ ବିଦ୍ୟାଳୟର ରାଜନୀତି ଅଧ୍ୟାପକ ସ୍ବର୍ଗତ ବିରେନ୍ଦ୍ର ମୋହନ ବାରିକ ଏବଂ ପୂର୍ବତନ ପରିଚାଳନା କମିଟିର ସଭ୍ୟ ସ୍ବର୍ଗତ ଶ୍ୟାମ ରଣାଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତିଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିବା ଏହି କାର୍ୟ୍ୟକ୍ରମରେ ଇଂରାଜୀ ଅଧ୍ୟାପକ ଅକ୍ଷୟ ଚୌଧୁରୀ ସଭା ସଂଯୋଜନା କରିଥିଲେ । ନରେଶ ଚନ୍ଦ୍ର ମିଶ୍ର, ରେବର୍ତ୍ତ ଜାଲ, ସୁବିନ୍ଦ୍ର ବାଗ, ସଞ୍ଜୟ ମିଶ୍ର, ପ୍ରତିମା ହେର୍ଣ୍ଣା, ଚିନ୍ମୟୀ ମିଶ୍ର, କରୁଣାକର ମେହେର, ରମେଶ ସାହୁ, ଅଶୋକ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.