ବୌଦ୍ଧ ବରିଷ୍ଠ ସାମ୍ବାଦିକ ସତୀଶ ପଟ୍ଟନାୟକଙ୍କ ବିୟୋଗରେ ଶୋକସଭା

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଦସ୍ୟ ସତୀଶ ପଟ୍ଟନାୟକଙ୍କ ବିୟୋଗରେ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ କାର୍ୟ୍ୟାଳୟ ଠାରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ରତ୍ନାକର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭା ପ୍ରାରମ୍ଭରେ ସ୍ୱର୍ଗତ ସତୀଶ ପଟ୍ଟନାୟକଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ସଦସ୍ୟମାନେ ସାମ୍ବାଦିକତା ଓ ସଂଘ ପ୍ରତି ତାଙ୍କର ନିସ୍ୱାର୍ଥପର ଯୋଗଦାନକୁ ସ୍ମରଣ କରି ତାଙ୍କ ମୃତ୍ୟୁ ବୌଦ୍ଧ ଜିଲ୍ଲା ପାଇଁ ଅପୁରଣୀୟ କ୍ଷତି ବୋଲି କହିଥିଲେ । ଉକ୍ତ ଶୋକ ସଭାରେ ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦିକା ପ୍ରଣତି ପଣ୍ଡା, ବରିଷ୍ଠ ସାମ୍ବାଦିକ ରବି ରାଉତ, ଶଶାଙ୍କ ଶେଖର ମିଶ୍ର, ଦେବାଶିଷ ପୁରୋହିତ, ଅଜିତ ବାରିକ, ଧବଳେଶ୍ବର ମହାପାତ୍ର,ବନମାଳୀ ପ୍ରଧାନ, ରବି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.