oom

ଡା. ସୁଧୀର ପରିଚ୍ଛାଙ୍କ ଦେହାନ୍ତ କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ କ୍ଷତି : ଶୋକ ପ୍ରକାଶ କଲେ ବିଧାୟକ ସନ୍ତୋଷ ସିଂ ସାଲୁଜା

jsmm

କଂଟାବାଂଜି, (କେପିଏନ୍‌ଏସ୍‌) : ଡା. ସୁଧୀର ପରିଚ୍ଛାଙ୍କ ଦେହାନ୍ତ କଂଗ୍ରେସ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ନିଜ ଶୋକବାର୍ତ୍ତାରେ ପ୍ରକାଶ କରିଛନ୍ତି କଂଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା । ଚାଷୀମାନଙ୍କ ହକ୍‌ ପାଇଁ ଲଢେ଼ଇ କରିବାରେ ସେ ଯେଭଳି ଦମ୍ଭର ସହକାରେ ଆଗେଇ ଯାଉଥିଲେ ସେଭଳି ସାଂଗଠାନିକ କାର୍ଯ୍ୟ ପାଇଁ ମଧ୍ୟ ନିଜର ବଳିଷ୍ଠତା ପ୍ରତିପାଦନ କରୁଥିଲେ । ତାଙ୍କ ଭଳି ଗରିବ ଚାଷୀଙ୍କ ପାଇଁ ଲଢ଼ୁଥିବା ନେତାଙ୍କୁ ହରାଇ ବଲାଙ୍ଗିର ଜିଲ୍ଲା ଏକ ଅପୂରଣୀୟ କ୍ଷତିକୁ ସାମ୍ନା କରିଛି ବୋଲି ବିଧାୟକ ଶ୍ରୀ ସାଲୁଜା ମତ ପ୍ରକାଶ କରି ସ୍ୱର୍ଗତ ଡା. ପରିଚ୍ଛାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

jittmm
Leave A Reply

Your email address will not be published.