ନିମେଇ ପାଣିଗ୍ରାହୀଙ୍କ ବିୟୋଗରେ ପଞ୍ଚମର ଶୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ କୋଶଲି ଗବେଷକ ତଥା ଲେଖକ ନିମେଇ ଚରଣ ପାଣିଗ୍ରାହୀଙ୍କ ବିୟୋଗରେ ସଂଗୀତ ମହାବିଦ୍ୟାଳୟ ପଞ୍ଚମ ଠାରେ ଏକ ଶୋକ ସଭା ଆୟୋଜନ ହୋଇଯାଇଛି । ପଞ୍ଚମର ସଭାପତି ମୁରଲୀଧାରୀ ପତିଙ୍କ ସଭାପତିତ୍ୱରେ ତାଙ୍କର ଅମର ଆତ୍ମାର ସଦ୍‌ଗତି ପାଇଁ ନିରବ ପ୍ରାର୍ଥନା କରିବା ସହ ଅନୁଷ୍ଠାନର ସହ ସମ୍ପାଦକ ଗୌର କିଶୋର ମହାପାତ୍ର, ଚୈତନ୍ୟ ମଟରୀ, ମନୋରଞ୍ଜନ ବେହେରା, ଅଭିନେତା ଓ ଗୀତିକାର କଳ୍ପିଳେଶ୍ୱର ଖମାରୀ, ପରାୟଣ ଗାୟକ ପ୍ରକାଶ ଷଡ଼ଙ୍ଗୀ, ସମାଜସେବୀ ଅଜୟ ନାଗ ଚିତ୍ରକାର ସତ୍ୟନାରଣ ସିଂଦେଓ, ନାଟ୍ୟ ନିର୍ଦ୍ଦେଶକ ପ୍ରକାଶ ଥାନାପତି, କଳାକାର ଶୁଭେନ୍ଦୁ ଜାଲ, ସଂସ୍କାର ସ୍ୱରୂପ ମିଶ୍ର ପ୍ରଭୃତି ତାଙ୍କର ସ୍ମୁତିଚାରଣ କରି ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତବଲା ଓ ନୃତ୍ୟ ବିଭାଗର ଛାତ୍ରଛାତ୍ରୀ ମାନଙ୍କ ସହ ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.