om academy

ନିଷ୍ଠା ପରିବାର ତରଫରୁ କରୋନା ସଂକ୍ରମିତ ମୃତକଙ୍କ ଶବଦାହ

jsm

ବରଗଡ଼, (ସତ୍ୟନାରାୟଣ ପଧାନ) : ସୋହେଲାର ଜଣେ ୮୨ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ନିଜର କେହି ନାହାନ୍ତି ବୋଲି ଜିଲ୍ଲା ପ୍ରଶାସନଠୁ ଖବର ପାଇଥିଲା ନିଷ୍ଠା ପରିବାର । ସଂଗେ ସଂଗେ ଟିମ୍‌ ନିଷ୍ଠା ପହଞ୍ଚି କାଠ ଯୋଗାଡ କରିବା ସହ ଶବ ସତ୍କାର କରିଥିଲା । ମୃତକଙ୍କ ଜଣେ ଦୂର ସଂପର୍କୀୟ ମୁଖାଗ୍ନି ଦେଇଥିଲେ । ଏହି ମହତ କାର୍ୟ୍ୟରେ ନିଷ୍ଠା ପରିବାରର ଉପଦେଷ୍ଟା ବିଦ୍ୟାଧର ଭୋଇ, କୋଷାଧକ୍ଷ ଶ୍ୟାମସୁନ୍ଦର ସାହୁ, ସହ ସଂପାଦକ ଜୟନ୍ତ ପ୍ରଧାନ, ସଂଯୋଜକ ମାନସ ମେହେର ଏବଂ ସଦସ୍ୟ ଦୟାନିଧି ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.