lika

ଜଗଦୀଶ ଯୋଗ ସେବା କେନ୍ଦ୍ର ତରଫରୁ ଗୋ-ଖାଦ୍ୟ ବଣ୍ଟନ ସେବାକାର୍ଯ୍ୟ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀନଗରପଡାସ୍ଥିତ ଜଗଦୀଶ ଯୋଗ ସେବା କେନ୍ଦ୍ରର ସଂସ୍ଥାପକ ଯୋଗ ଗୁରୁ ଜଗଦୀଶ ପ୍ରସାଦ ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ଯୋଗ ସେବା କେନ୍ଦ୍ରର ସମସ୍ତ ସାଧକମାନେ ବଲାଙ୍ଗିର ବିଇଡି କଲେଜ ନିକଟସ୍ଥ ପୃଥ୍ୱୀରାଜ ଗୋଶାଳାକୁ ଯାଇ ଗୋ-ଖାଦ୍ୟ ରୁଟି, ପତ୍ରକୋବି, କଦଳୀ, ଗୁଡି, ସେଓ ଆଦି ପ୍ରାୟ ୩୦୦ ଗାଈମାନଙ୍କୁ ଖାଇବାକୁ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସାଧକମାନେ ଗୋ-ସେବା କାର୍ଯ୍ୟ ପାଇଁ ଅତ୍ୟନ୍ତ ଉତ୍ସାହିତ ହେବା ସହିତ ଗୋ-ମାତା କି ଜୟ ସ୍ଲୋଗାନରେ ଗୋଶାଳା ପ୍ରକମ୍ପିତ ହୋଇଥିଲା । ଗୋଶାଳା ମୁଖ୍ୟ ଦାୟିତ୍ୱରେ ଥିବା ନରେନ୍ଦ୍ର ଜୈନ ସାଧକମାନଙ୍କୁ ସ୍ୱାଗତ କରିବା ସହିତ ଏପରି ମହତ କାର୍ଯ୍ୟ ପାଇଁ ଶୁଭେଚ୍ଛା ଜଣାଇଥିଲେ । ଯୋଗ ଗୁରୁ ଜଗଦୀଶ ଅଗ୍ରୱାଲଙ୍କ ଧର୍ମପତ୍ନୀ, ସସ୍ମିତାଶ୍ରୀ ହୋତା (ବେବି) ସାଧକମାନଙ୍କ ମଧ୍ୟରେ ଡିଙ୍ଗର ରାଉତ, ତ୍ରିନାଥ ପ୍ରଧାନ, ଅଜିତ କୁମାର ଭୋଇ, ପ୍ରଶାନ୍ତ ମିଶ୍ର, ଦୁର୍ଗା ଜେନା, ପ୍ରଭାସ ରାଉତ, ମୋହନ ଗୋପାଳ ପଣ୍ଡା, ବିଜୟ ପାଢି, ରାଜୁ ଅଗ୍ରୱାଲ, ସୁଦାମ ସାହୁ, ଆର୍ତ୍ତ ଠାକୁର, ହରିଶ୍ଚନ୍ଦ୍ର ନାଏକ, କିଶୋର ପତି, ରାଧାମୋହନ ପାତ୍ର, ରାଜକୁମାର ଜେଏସ୍‌ୱାଲ, ବିଜୟ ବାଗ, ଲାଲନ ତିୱାରୀ, ରୁଦ୍ର ମିଶ୍ର, ଶେଷଦେବ ପୁଟେଲ, ପ୍ରଶନ୍ନ କର୍ଣ୍ଣ ସହିତ ପତଞ୍ଜଳି ଯୋଗ ଗୁରୁ ରଘୁନାଥ ଷଡଙ୍ଗୀ ଉପସ୍ଥିତ ରହି ଗୋ-ଖାଦ୍ୟ ବଣ୍ଟନ ସେବା କାର୍ଯ୍ୟକୁ ସମ୍ପୂର୍ଣ୍ଣ ସହଯୋଗ କରି ସାଫଲ୍ୟ ମଣ୍ଡିତ କରିଥିଲେ ।

babaa
Leave A Reply

Your email address will not be published.