oum

ଟିକେଟ ରିଫଣ୍ଡ ଟଙ୍କା ପାଇଁ ଦିଅନ୍ତୁନି ଏହି ତଥ୍ୟ : ରେଳ ବିଭାଗ କଲା ସତର୍କ

jsm

ଭୁବନେଶ୍ୱର : ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ସତର୍କ ଓ ସାବଧାନ କରି ଦିଆଯାଇଛି । ରେଳ ଟିକେଟର ରିଫଣ୍ଡ ପାଉଣା ଫେରସ୍ତ ପାଇଁ କେତେକ ଠକ ଡେବିଟ ଓ କ୍ରେଡ଼ିଟ କାର୍ଡର ତଥ୍ୟ ମାଗୁଥିବା ଅଭିଯୋଗ ଆସିଛି । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସତର୍କ କରି ଦିଆଯାଇଛି । ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ଡେବିଟ ଓ କ୍ରେଡ଼ିଟ କାର୍ଡର ତଥ୍ୟ ନେଦବା ପାଇଁ ପରାମର୍ଶ ଦିଆଯାଇଛି । ଭାରତୀୟ ରେଳ ମନ୍ତ୍ରଣାଳୟ, ଆଇଆରସିଟିସି କିମ୍ବା ରେଳ କର୍ମଚାରୀମାନେ କୌଣସି ସ୍ଥାନରେ ଆରକ୍ଷଣ କେନ୍ଦ୍ର, ବୁକିଂ କାଉଂଟର, ପ୍ରତୀକ୍ଷାଳୟ ଅବା ଷ୍ଟେସନରେ ଥିବା ଯାତ୍ରୀଙ୍କୁ କୌଣସି ବ୍ୟକ୍ତିଗତ ବୁକିଂ ସୂଚନା ମାଗନ୍ତି ନାହିଁ । ଡେବିଟ, କ୍ରେଡ଼ିଟ କାର୍ଡର଼୍ ନମ୍ବର, ଓଟିପି, ଏଟିଏମ ପିନ, ସିଭିଭି ନମ୍ବର, ପ୍ୟାନ କାର୍ଡର଼୍ ନମ୍ବର ଏବଂ ଜନ୍ମ ତାରିଖ ନଦେବାକୁ ପରାମର୍ଶ ଦିଆଯାଇଛି । ପୂର୍ବତଟ ରେଳପଥ ଏହାର ମୂଲ୍ୟବାନ ଗ୍ରାହକ, ରେଳ ବ୍ୟବହାରକାରୀ ଏବଂ ଯାତ୍ରୀମାନଙ୍କୁ ସେମାନଙ୍କର ବ୍ୟାକିଂ ସୂଚନା କିମ୍ବା ଗୁପ୍ତ ନମ୍ବର କାହାକୁ ନଜଣାଇବାକୁ ପରାମର୍ଶ ଦେଇଛନ୍ତି । ଯଦି ଏଭଳି କିଏ ମାଗେ ତୁରନ୍ତ ରେଳ ଭିଜିଲାନ୍ସକୁ ସୂଚନା ଦେବାକୁ କୁହାଯାଇଛି ।

Leave A Reply

Your email address will not be published.