ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ନେଇ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ପାଇଁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ସ୍ଥାନୀୟ ରାଜସ୍ୱ ଡ଼ାକ ବଙ୍ଗଳା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଶତବାର୍ଷିକୀ ସମାରୋହର ଅଧ୍ୟକ୍ଷ ତଥା ବ୍ରହ୍ମପୁର ଲୋକସଭା ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସହରର ବୁଦ୍ଧିଜୀବୀ, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସମାଜସେବୀ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ । ଗାନ୍ଧିଜୀ ଯେଭଳି ୧୯୨୧ ମସିହା ମାର୍ଚ୍ଚ ୨୯ ତାରିଖରେ ବ୍ରହ୍ମପୁରରେ ପହଞ୍ଚିଥିଲେ, ତାଙ୍କ ବ୍ରହ୍ମପୁର ଆଗମନ ପରିପ୍ରେକ୍ଷୀରେ ମାର୍ଚ୍ଚ ୩୦ ତାରିଖରେ ବ୍ରହ୍ମପୁର ରେଳଷ୍ଟେସନରୁ ଏକ ଶୋଭାଯାତ୍ରା ବାହାରି ମଧୁମହଲରେ ପହଞ୍ôଚବା ସେଠାରୁ ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ରାସ୍ତା ଦେଇ ବ୍ରହ୍ମପୁର ଷ୍ଟାଡିୟମରେ ପହଞ୍ôଚବା ସେଠାରେ ସାଧାରଣ ସଭା ଆୟୋଜନ କରାଯିବା ନେଇ ନିଷ୍ପତ୍ତି ହେ ।ଇଛି । ଶୋଭାଯାତ୍ରାରେ ଗଞ୍ଜାମ, ଗଜପତି ଜିଲାର ସମସ୍ତ ଲୋକନୃତ୍ୟ, ଆଦିବାସୀ ନୃତ୍ୟ ପରିବେଷଣ ସହ କାର୍ଯ୍ୟକ୍ରମକୁ ଖୁବ ଆକର୍ଷଣୀୟ କରାଯିବ । ଏଥିସହ ଏକ ପ୍ରଚାର ଗାଡ଼ିରେ ଗାନ୍ଧୀଙ୍କ ଦର୍ଶନ, ନିଶା ନିବାରଣ, ଗାନ୍ଧୀ ସାହିତ୍ୟ, ସର୍ବଧର୍ମ ସମନ୍ୱୟ ବୈଶିଷ୍ଟ୍ୟ ପ୍ରତିପାଦନ ସହ ଗାନ୍ଧିଜୀଙ୍କ ପ୍ରଦର୍ଶିତ ଅହିଂସା, ପ୍ରଜ୍ଞାପନ ମେଢ଼, ଗାନ୍ଧିଜୀଙ୍କ କାର୍ଯ୍ୟାବଳୀ ପ୍ରଦର୍ଶିତ ହେବ । କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ସାମିଲ କରି ହୁଳହୁଳି ସହିତ ଶଙ୍ଖ ଧ୍ୱନୀ ମଧ୍ୟ କରାଯିବ । ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମ୍ପର୍କିତ ଏକ ସ୍ମରଣୀକା ପ୍ରକାଶନ ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । କଲେଜ ଛାତ୍ରଛାତ୍ରୀମାନଙ୍କୁ ନେଇ ଏନସିସି, ଏନଏସଏସ ନେହେରୁ ଯୁବକେନ୍ଦ୍ର ଦ୍ୱାରା ଯୁବକମାନଙ୍କୁ ସାମିଲ କରାଯିବ । ଯେପରିକି ଯୁବପିଢ଼ୀ ମହାତ୍ମା ଗାନ୍ଧୀଙ୍କ ଦର୍ଶନ ସମ୍ପର୍କରେ ଅବଗତ ହୋଇପାରିବେ । ଶତବାର୍ଷିକୀକୁ ସଫଳ କରିବା ପାଇଁ ସାଂସଦ ଶ୍ରୀ ସାହୁ ଏହାର ସଭାପତି ରହିଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ କାର୍ଯ୍ୟକାରୀ ସଭାପତି ରୂପେ ମନୋନିତ କରାଯାଇଛି । ଏହି କାର୍ଯ୍ୟକ୍ରମ ସୁପରିଚାଳନା ପାଇଁ ବରିଷ୍ଠ ସାମ୍ବାଦିକ ତଥା ନବୀନର ସମ୍ପାଦକ ରବି ରଥଙ୍କୁ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି । ପ୍ରଥମେ ରାଜ୍ୟ ସ୍ୱାଧୀନତା ସଂଗ୍ରାମ ସମିତି ପକ୍ଷରୁ ଯୋଗ ଦେଇଥିବା ସମ୍ପାଦକ ପ୍ରଫେସର ଉପେନ୍ଦ୍ର ପାଢ଼ୀ ରାଜ୍ୟର କଟକ, ଭଦ୍ରକ ଓ ଅନ୍ୟାନ୍ୟ ସ୍ଥାନରେ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ପରେ ବ୍ରହ୍ମପୁର ଅନ୍ୟମାନଙ୍କ ଠାରୁ ମଡେ଼ଲ ହେବ ବୋଲି ପ୍ରକାଶ କରି ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଆୟୋଜିତ ବୈଠକରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ହରିହର ସାହୁ, ପ୍ରଫେସର ଡ଼ା. ପିସି ସାହୁ, ପ୍ରଫେସର ରଘୁନାଥ ପାଢ଼ୀ ଶର୍ମା, ପ୍ରଫେସର ମେଜର ରମାରମଣ ପାଢ଼ୀ, ସାହିତ୍ୟିକ କୃଷ୍ଣଚନ୍ଦ୍ର ତ୍ରିପାଠୀ, ଡ଼. ଡ଼ମ୍ବରୁଧର ସାହୁ, ଡ଼ା. ସୁବାସ ଚନ୍ଦ୍ର ସାହୁ, ପ୍ରେମର ରତନ ମିଶ୍ର, ଲୋକସେବକ ମଣ୍ଡଳ ସଦସ୍ୟ ରାଜେନ୍ଦ୍ର ଜେନା, ଆଇଏସଆରଡିର ନିର୍ଦ୍ଦେଶକ ସୁଧୀର ସାବତ, ଶିକ୍ଷାବିତ ଅନନ୍ତ ନାରାୟଣ ମହାନ୍ତି, ଡ଼ା.ସାଗର ରଞ୍ଜନ ତ୍ରିପାଠୀ, କପିଳ ଚନ୍ଦ୍ର ମହାନ୍ତି, ଜଗନ୍ନାଥ ସାବତ, ସୁରେଶ ତ୍ରିପାଠୀ, ଡ଼.ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ମନୋଜ ପଟ୍ଟନାୟକ, କାମରାଜୁ ମହାରଣା, ବିନୋଦ ପଟ୍ଟନାୟକ, ଶିକ୍ଷାବିତ ସୁରେଶ ଚନ୍ଦ୍ର ମହାପାତ୍ର, ସୁବାସ ମହାରଣା, ଚାମ୍ବର ଅଫ କମର୍ସ ସମ୍ପାଦକ ଭି.ସନ୍ତେ ।ଷ କୁମାର, ସୁକାନ୍ତ କୁମାର ତ୍ରିପାଠୀ, କୈଳାସ ଷଡ଼ଙ୍ଗୀ, ସଞ୍ଜିତ କୁମାର ପାଣିଗ୍ରାହୀ, ସୁନୀଲ ପଟ୍ଟନାୟକ, ଜଗନ ମୋହନ ମହାପାତ୍ର, ଡ଼.ବନମାଳୀ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।

Leave A Reply

Your email address will not be published.