oom

ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜର ସାଙ୍ଗଠନିକ ବୈଠକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ତା.୧୪.୦୭.୨୦୨୪ ରିଖ ରବିବାର ପୂର୍ବାହ୍ନ ୧୧ଟା ସମୟରେ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ଆନୁକୁଲ୍ୟରେ ଏକ ସାଙ୍ଗଠନିକ ବୈଠକ ବଲାଙ୍ଗିର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାକୁ ନେଇ ବଲାଙ୍ଗିର ଆର୍ଯ୍ୟ ସମାଜ ମନ୍ଦିରରେ ପୂଜ୍ୟସ୍ୱାମୀ ବିଶୁଦ୍ଧାନନ୍ଦ ସରସ୍ଵତୀଙ୍କ ସଭାପତିତ୍ୱରେ ଓ ଶ୍ରୀମାନ୍ ରାଜକୁମାର ବରାଡ ଜୀଙ୍କ ସଂଯୋଜନାରେ ଏବଂ ମାନନୀୟ ଶ୍ରୀମାନ ଧନୁର୍ଦ୍ଧର ମହାପାତ୍ରଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ତିନିଟି ଜିଲ୍ଲାର ସଂଗଠନ କାର୍ଯ୍ୟକ୍ରମ ଓ କାର୍ଯ୍ୟକର୍ତ୍ତା ମାନଙ୍କ ଭୂମିକାକୁ ନେଇ ବିଚାର ବିମର୍ଶ କରାଯାଇଥିଲା । ଆଗାମୀ ଦିନରେ ଆର୍ଯ୍ୟସମାଜ ଗୁଡିକ କେମିତି ସୁଦୃଢ ରହିବ ଏବଂ ସତ୍ୟ ସନାତନ ପବିତ୍ର ବୈଦିକ ଧର୍ମର ବାର୍ତ୍ତାକୁ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜର ସମସ୍ତ ଜିଲ୍ଲାର ଆର୍ଯ୍ୟଜନଙ୍କୁ ପହଞ୍ଚାଇବାକୁ କର୍ମକର୍ତ୍ତା ଶ୍ରୀମାନ ଶିବ ପାତ୍ର, ଲଳିତ ମେହେର, ଲକ୍ଷ୍ମଣ ଭୋଇ, ଲୋଚନ ବିଶି, ଦୀନକୃଷ୍ଣ ବାନପ୍ରସ୍ଥୀ, ଜ୍ୟୋତିପ୍ରକାଶ ରଥ, ଆନନ୍ଦ ସାହୁ, ଆନନ୍ଦ ଶାସ୍ତ୍ରୀ, ସ୍ଵପ୍ନେଶ୍ଵର ମହାକୁଡ଼, ଶେଷ ସିଂ, କେଶବ ମେହେର, ଆରୁଣୀ କୁମାର ସାଧୁ ସନ୍ଥ ତଥା ଅତିଥି ବିଦ୍ୱାନ ପୂର୍ଣ୍ଣାନନ୍ଦ ଶାସ୍ତ୍ରୀ ତଥା ଅନ୍ୟାନ୍ୟ ଅତିଥି ମତପୋଷଣ କରିଥିଲେ । ଶେଷରେ ପଶ୍ଚିମ ଓଡ଼ିଶା ଆର୍ଯ୍ୟସମାଜର ମହାମନ୍ତ୍ରୀ ବୈଦିକ ବିଦ୍ୱାନ ଧନୁର୍ଦ୍ଧର ମହାପାତ୍ର ଓ ସଭାର ସଭାପତି ସମସ୍ତଙ୍କୁ ଆଗାମୀ ୨୧ ତାରିଖରେ ହେବାକୁ ଥିବା ବୈଠକ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ପରେ ଶାନ୍ତି ପାଠ ପୂର୍ବକ ସଭା ସାଂଗ ଘୋଷଣା ହୋଇଥିଲା ।

jittmm
Leave A Reply

Your email address will not be published.