oom

ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (୫ ଖାରବେଲ ନାଗର)ର ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଆବାହନ ଓ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ ଘ.୧୧ରୁ ଅପରାହ୍ନ ଘ.୧ ମଧ୍ୟରେ ଜନ କଲ୍ୟାଣ ମଣ୍ଡପ, ବଲାଙ୍ଗିରଠାରେ ମୁଖ୍ୟ ଅତିଥି ଲୋକପାଳ, ବଲାଙ୍ଗିର ସଚ୍ଚିତାନନ୍ଦ ହନୁମାନ, ସମ୍ମାନିତ ଅତିଥି ପ୍ରଭାକର ମିଶ୍ର ଓ ଉପଦେଷ୍ଟା ଆଚାର୍ଯ୍ୟ ସୁନାଙ୍କ ଉପସ୍ଥିତିରେ ଏକ ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷକ ସମାଜରେ ନୈତିକତା ମୂଲ୍ୟବୋଧ, ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷା ଉପରେ ଆଲୋଚନା ହୋଇଥିଲା ଓ ଏଥିରେ କୃତିତ୍ୱ ଅର୍ଜନ କରି ଅବସର ଗ୍ରହଣ କରିଥିବା ଇନ୍ଦୁ ଭୂଷଣ ଡାଙ୍ଗ, ପୂର୍ବତନ ଶିକ୍ଷକ, ଦଶପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ତପନ କୁମାର ଦାଶ ପୂର୍ବତନ ଗୋଷ୍ଠୀ ସାଧନକେନ୍ଦ୍ର ସଂଯୋଜକ ସଇଁନ୍ତଲା ତଥା ସୁଧୀର କୁମାର ଦେଓ, ପ୍ରଧାନ ଶିକ୍ଷକ, ପରୁଆଭାଡି ଉଚ୍ଚ ପ୍ରାଥମିକ ସ୍କୁଲ ଦେଓଗାଁଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପବିତ୍ର ଗୀତା ଧର୍ମଗ୍ରନ୍ଥ ପ୍ରଦାନ କରିବା ସହ ଆଲୋଚନାରେ ଅଂଶଗ୍ରହଣ କରିଥିବା ଅନୁପମା ପ୍ରହରାଜ, ପ୍ରଶାନ୍ତ ପୁରୋହିତ, ଦୁର୍ଯ୍ୟୋଧନ ପସାୟତ ପ୍ରମୁଖ ଶିକ୍ଷକ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି ସଭାକୁ ସଫଳ ପୂର୍ବକ ସଂଯୋଜକ କରିଥିଲେ ମଧୁସୁଦନ ନାୟକ ଓ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରକାଶ ପଣ୍ଡା । ଶିକ୍ଷକମାନଙ୍କର ଜୀବନ ଦର୍ଶନ ଉପରେ ଆଲୋଚନା କରିବା ସହ ଶିକ୍ଷାରେ ନୈତିକତା, ସ୍ୱାସ୍ଥ୍ୟ ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେବା ପାଇଁ ଅନୁରୋଧ କରିଥିଲେ ସାଧାରଣ ସଂପାଦକ ହରେକୃଷ୍ଣ ରଥ ।

jittmm
Leave A Reply

Your email address will not be published.