ଲିଓ କ୍ଲବ ବରଗଡ଼ ୟୁଥର ସ୍ଥାପନା ସମାରୋହ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ହୋଟେଲର ସମ୍ମିଳନୀ କକ୍ଷରେ ଲିଓ କ୍ଲବ ବରଗଡ଼ ୟୁଥର ୭ମ ସ୍ଥାପନା ଦିବସ ପୂର୍ବ ସଭାପତି ମନ୍ଥନ ଝାବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ସଭାପତି ମନ୍ଥନ ଝାବର ସ୍ଵାଗତ ଭାଷଣ ଏବଂ ବାର୍ଷିକ ବିବରଣୀ ପାଠ କରି ଥିବା ବେଳେ ଲିଓ ଚିରଞ୍ଜଜିତ ପଟ୍ଟନାୟକ ସଂପାଦକୀୟ ବିବରଣୀ ପାଠ କରିଥିଲେ । ମୁଖ୍ୟ ଅତିଥି ଭାବେ ସଂସ୍କାର ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସ୍କୁଲ ଚେୟାରମେନ୍‌ ଲାୟନ୍‌ ସୁମନ୍‌ ସାୱଡ଼ିଆ ଏବଂ ସମ୍ମାନିତ ଅତିଥି ଭାବେ ଡିଷ୍ଟ୍ରିକ୍ଟ ଗଭାର୍ଣ୍ଣର ଲାୟନ ଚରନଜୀତ କୌର ହୁରା ଯୋଗଦେଇ ବରଗଡ଼ ଲିଓ କ୍ଲବର କାର୍ଯ୍ୟ କଳାପକୁ ଭୂୟସୀ ପ୍ରଶଂସା କରିଥିଲେ । ନୂତନ କାର୍ଯ୍ୟକାରିଣୀଙ୍କୁ ଶପଥ ପାଠ କରେଇ ଆଗାମୀ ସତ୍ର ୨୦୨୫-୨୫ରେ ଅତ୍ୟାଧିକ ସାମଜିକ କାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିଥିଲେ । ଲାୟନ୍‌ ଜୟନ୍ତୀ ବେହେରା, ଲାୟନ ମନୋଜ କୁମାର ମାହାପାତ୍ର, ଲିଓ କମଲ ଲାଠ, ଲିଓ ଆୟୁଷ ଗୁପ୍ତା, ଲିଓ ପ୍ରକାଶ ଅଗ୍ରୱାଲ ମଂଚାସୀନ ଥିଲେ । ଏହି ପରିପେକ୍ଷୀରେ ବର୍ଷସାରା କରାଯାଇଥିବା ଜନ ସେବାକାର୍ଯ୍ୟ ଗୁଡିକର ସମିକ୍ଷା କରାଯିବା ସହିତ ଆଗାମୀ କାର୍ଯ୍ୟପନ୍ଥା ଉପରେ ଆଲୋଚନା କରାଯାଇଥିଲା । ଆଗାମୀ ୨୦୨୪/୨୫ ବର୍ଷ ପାଇଁ ଲିଓ କ୍ଲବ ବରଗଡ଼ ୟୁଥ ପାଇଁ ଲିଓ ସୌରଭ ରେଖାନିଙ୍କୁ ସଭାପତି, ଲିଓ ପ୍ରକାଶ ଅଗ୍ରୱାଲଙ୍କୁ ସମ୍ପାଦକ, ଲିଓ ତରୁଣ ଲାଠଙ୍କୁ କୋଷାଧ୍ୟକ୍ଷ ମନୋନୀତ କରାଯାଇଥିଲା ।

Leave A Reply

Your email address will not be published.