ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୪୧ତମ ବାର୍ଷିକ ସମାବେଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଐତିହାସିକ ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ବାଲ୍‌କୋ ହଟାଓ ଗନ୍ଧମାର୍ଦ୍ଦନ ବଞ୍ଚାଓର ୪୧ତମ ବାର୍ଷିକ ସମାବେଶ ନୃସିଂହନାଥ ଠାରେ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ ନୃସିଂହନାଥ ମନ୍ଦିରରେ ମହାପ୍ରଭୁ ନୃସିଂହନାଥଙ୍କ ଠାରୁ ମଶାଲ ଶୋଭାଯାତ୍ରା କରାଯାଇଥିଲା । ପାଇକମାଲ, ଝାରବନ୍ଧ, ପଦ୍ମପୁର, ଖପ୍ରାଖୋଲ, ଗାଇସିଲେଟ ଓ ଛତିଶଗଡ଼ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଗନ୍ଧମାର୍ଦ୍ଦନ ଆନ୍ଦୋଳନ କର୍ମୀମାନେ ଭାଗବତ ତତ୍ତ୍ଵ ଆଶ୍ରମ ପହଞ୍ଚିବା ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥିଲା । ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ପୂର୍ବତନ ଆବାହକ ତଥା ସାଂସଦ ପ୍ରଦୀପ ପୁରୋହିତ ପୂଜାର୍ଚ୍ଚନା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ବରିଷ୍ଠ ନାରୀନେତ୍ରୀ ଜମ୍ବୋବତୀ ବିଜରା ଓ ପ୍ରତିମା ବଗାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ଆବାହକ ଦୁର୍ଯ୍ୟୋଧନ ପୁଟା ପରିଚାଳନା କରିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଦିବ୍ୟଙ୍ଗତ ସ୍ୱର୍ଗତ ସଂଗ୍ରାମୀଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ବର୍ତ୍ତମାନ ଅଞ୍ଚଳରେ ଗନ୍ଧମାର୍ଦ୍ଦନ ପାହାଡ଼ର ସୁରକ୍ଷା ନେଇ ଚର୍ଚ୍ଚିତ ଥିବା ବେଳେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତାର ୪୧ତମ ବାର୍ଷିକ ସମାବେଶରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ହଜାର ହଜାର ସଂଖ୍ୟାରେ ସାମିଲ ହୋଇ ସଂକଳ୍ପ ନେଇଛନ୍ତି । ଏ ଅବସରରେ ଦିବ୍ୟଗତ ଆନ୍ଦୋଳନ କର୍ମୀ ମାନଙ୍କୁ ମରଣତ୍ତୋର ଭାବେ “ଗନ୍ଧମାର୍ଦ୍ଦନ ଗୌରବ ସମ୍ମାନ”ରେ ସଂଗ୍ରାମୀ ପରିବାର ସ୍ୱର୍ଗତ ମାଧବ ସିଂ ଠାକୁରଙ୍କ ଧର୍ମପତ୍ନୀ ଗୀତାଞ୍ଜଳି ଠାକୁର, ସ୍ୱର୍ଗତ ସନ୍ଥ ରଘୁନାଥ ଜିଙ୍କ ପଟ୍ଟଶିଷ୍ୟ ଧର୍ମଚାନ୍ଦ, ସ୍ୱର୍ଗତ ଶଶି ପାଣ୍ଡେଙ୍କ ପୁଅ ଡୋଳାମଣି ପାଣ୍ଡେ, ସ୍ୱର୍ଗତ ସୁଆଦେଇ ଧରୁଆ ପୁତ୍ରବଧୂ ସାଏବନି ଧରୁଆ ପ୍ରମୁଖ ପରିବାର ବର୍ଗଙ୍କୁ ପ୍ରଦାନ କରାଯାଇଥିଲା । ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଅତୀତରେ ଆନ୍ଦୋଳନର ନେତୃତ୍ଵ ନେଇ ଥିବାବେଳେ ଆଜି ଦିନରେ ମଧ୍ୟ ଯେକୌଣସି କମ୍ପାନୀ ସରକାର ଗନ୍ଧମାର୍ଦ୍ଦନ ପାହାଡ଼ରେ ଖଣିଖଳନ କରିବାକୁ ଆସେ ତେବେ ତୀବ୍ର ବିରୋଧ କରାଯିବ ବୋଲି କହି ମୋର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ଗନ୍ଧମାର୍ଦ୍ଦନାର ଖଣି ଖନନ କରିବାକୁ ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ ସାଂସଦ ପ୍ରଦୀପ ପୁରୋହିତ । ଉକ୍ତ ସମାବେଶରେ ବରିଷ୍ଠ ସଂଗ୍ରାମୀ ସଂଗ୍ରାମୀ ଗଙ୍ଗାଧର ସାହୁ, ଭାଗବତ ବେହେରା, ପୂର୍ବତନ ଆବାହକ ରାହାସ ସାହୁ, ଧିରେନ ମହାନ୍ତି, ରଘୁବୀର ସିଂ ବରିହା, ଦିଲ୍ଲୀପ ବେହେରା ଓ ସୁରେଶ ଚନ୍ଦ୍ର ପ୍ରଧାନ, ଝସକେତନ ସାହୁ, ଶୁକ୍ରୁ ସାହୁ, ହଜାରୁ ମଲ୍ଲିକ, ଜ୍ୟୋତି ସାହୁ, ରୁକ୍ମଣ ସେଠ, ବିନୋଦ ସେଟ, ଦୟାନନ୍ଦ ମାଝୀ, ଶ୍ୟାମ ଧରୁଆ, ଗଜରାଜ ଦଣ୍ଡସେନା, ନରହରି ପାଣ୍ଡେ, ବିରାଲାଲ ଧରୁଆ, କିର୍ତ୍ତନ ଦାଉ, ଗୌରହରି ସାହୁ, ପୁରନ୍ଦରବାଗ, ଦୁଲାମଣି ବଛା, ବିପିନ ପ୍ରଧାନ, ଓଁକାନ୍ତି ସାହୁ, ଯଶୋଦା ସାହୁ, ସାଇବାନି ଧରୁଆ, ଅଲୋକ ଧରୁଆ ପ୍ରମୁଖ ଯୋଗ ଦେଇଥିଲେ । ପରିଶେଷରେ ପୂର୍ବତନ ଆବାହକ ଭୀଷ୍ମଦେବ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.