ମୃତ ଚାଷୀଙ୍କ ପରିବାରବର୍ଗଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କଲେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ କତୁରୁ ଗ୍ରାମରେ ଆକସ୍ମିକ ଭାବେ ମୃତ୍ୟୁ ବରଣ କରିଥିବା ଚାଷୀ ପି. ଈଶ୍ୱର ରେଡ୍ଡୀଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ୨୦ହଜାର ଟଙ୍କାର ଆର୍ଥିକ ସାହାୟତା ପ୍ରଦାନ କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ଏହା ସହ ତହସିଲଦାରଙ୍କ ସହ ଆଲୋଚନା କରି ରେଡ଼କ୍ରସ ପାଣ୍ଠିରୁ ୩୦ହଜାର ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରିଥିଲେ । ସୂଚନା ଥାଉ କି, ବିପୁଳିଙ୍ଗୀ ପଞ୍ଚାୟତର କତୁରୁ ଗ୍ରାମର ଚାଷୀ ପି. ଈଶ୍ୱର ରେଡ୍ଡୀ(୭୧) ହଠାତ ଅସୁସ୍ଥ ହୋଇପଡିବାରୁ ପ୍ରଥମେ ଛତ୍ରପୁର ଏବଂ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା । ପରବର୍ତ୍ତୀ ସମୟରେ ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ରାତିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଈଶ୍ୱରଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ଚଳିତ ବର୍ଷ ଅମଳ ସମୟରେ ଅଦିନିଆ ବର୍ଷା ହୋଇଥିବା ବେଳେ କମ ଧାନ ଅମଳ ହୋଇଥିଲା । ମୃତ ଈଶ୍ୱର ବ୍ୟାଙ୍କରୁ ଋଣ ଆଣି ଚାଷ କରିଥିବା ବେଳେ ଆଶା ଠାରୁ କମ ଧାନ ଅମଳ ଦେଖି ଚିନ୍ତାରେ ରହୁଥିଲେ, ତେଣୁ ତାଙ୍କ ଦେହ ଅସୁସ୍ଥ ରହୁଥିଲା । ତେଣୁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁ ଘଟଣାର କାରଣ କଣ ସେନେଇ ତଦନ୍ତ ପାଇଁ ଏକ ପ୍ରଶାସନିକ ଟିମ୍ କତୁରୁ ଗ୍ରାମକୁ ଯାଇ ତଦନ୍ତ କରିଥିବା ବେଳେ ସେଠାରେ ଚାଷୀ ମାନଙ୍କ ତତଫରୁ ଚାଷୀଙ୍କୁ ଋଣ ଛାଡ଼ କରିବା ପାଇଁ ଦାବୀ ଉଠିଛି ଏବଂ ମୃତ ଈଶ୍ୱର ରେଡ୍ଡୀଙ୍କ ପୁଅ ଚିତ୍ତରଞ୍ଜନ ରେଡ୍ଡୀ ମଧ୍ୟ ତାଙ୍କ ନିଜ ତରଫରୁ କୃଷି ଋଣ ଛାଡ କରିବାକୁ ଦାବୀ କରିଛନ୍ତି ।

Leave A Reply

Your email address will not be published.