
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ଝାରଖଣ୍ଡର ଗିରିଡିହି ଠାରେ ଅନୁଷ୍ଠିତ ପ୍ରଥମ ଦକ୍ଷିଣ ଏସିଆନ କରାଟେ ପ୍ରତିଯୋଗିତା ୨୦୨୫-୨୬ରେ ଓଡିଶାର କରାଟେ ଖେଳାଳିମାନେ ବିଶେଷ ସଫଳତା ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଓଡିଶାର ୧୦ ଜଣ ଖେଳାଳି ସେନସେଇ ଜିତୁ ପୃଷ୍ଟିଙ୍କ ନେତୃତ୍ୱରେ ଅଂଶଗ୍ରହଣ କରି ମୋଟ ୧୮ ଟି ପଦକ ଜିତିଛନ୍ତି । ସେଥିମଧ୍ୟରୁ ୧୦ଟି ରୌପ୍ୟ ଓ ୮ ଟି ବ୍ରୋଞ୍ଜ ପଦକ ରହିଛି । ଏହି ସଫଳତା ପାଇଁ ସେନସେଇ ଜିତୁ ପୃଷ୍ଟି ଓ ସମ୍ପାଇ ସାରଳା ସାହୁ ଖେଳାଳିମାନଙ୍କୁ ଦୀର୍ଘ ଦିନ ଧରି ତାଲିମ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତା ରେ ଗୁରୁକୃପା ମାର୍ଶାଲଟ ଏକାଡେମୀ କଣ୍ଟାବାଞ୍ଜି ଏବଂ ଟିଟିଲାଗଡ଼ କରାଟେ ଆସୋସିଏସନ, ଟିଟିଲାଗଡ଼ରୁ ଉତ୍ତମ ଖେଳାଳିଙ୍କୁ ଚୟନ କରି ସେନସେଇ ଜିତୁ ପୃଷ୍ଟି ଏବଂ ସମ୍ପାଇ ସାରଳା ସାହୁ ଦୀର୍ଘ ଦିନରୁ କଠିନ ତାଲିମ ପ୍ରଦାନ କରୁଥିଲେ । ସେନସେଇ ଜିତୁ ପୃଷ୍ଟିଙ୍କ ନେତୃତ୍ୱରେ କରାଟେ ଖେଳାଳି ତାଲିମ ନେଇ ନିଜ ପ୍ରତିଯୋଗୀଙ୍କୁ ହରାଇ ମେଡାଲ ଜିତି ବିଜୟର ଅଧିକାରୀ ହୋଇପାରିଛନ୍ତି ଏବଂ ନିଜ ଦେଶ, ରାଜ୍ୟ ଓ ଅଂଚଳର ଗର୍ବ ମାନର ଟେକ ରଖିଛନ୍ତି । ଏହି ପ୍ରତିଯୋଗିତାରେ ସଫଳ ହୋଇଥିବା ଖେଳାଳିମାନେ ହେଲେ ଚନ୍ଦ୍ରାଂଶୁ ସାହୁ, ସୁରଜ କୁମାର, ଏମ ଡି ଜୟାନ ଖାନ, ରେହଂଶୀ ସେଠି, ସାଇ ପ୍ରତ୍ୟୁଷ ବୁଡ଼େକ, ସୂର୍ଯ୍ୟମ୍ବାଲା ସାହୁ, ସାହିଲ ମେହେର, ପ୍ରତ୍ୟୁଷ ବୁଡ଼େକ, ଚିତ୍ତପ୍ରିୟ ସାହୁ ,ଷ୍ଟେଭେନ ସାହୁ ।