oum

ଜୟ ବିଶ୍ଵକର୍ମା ନିର୍ମାଣ ଶ୍ରମିକ ସଂଘର ଜନ ସଚେତନତା ସଭା

jsm

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଆଜି ଜୟ ବିଶ୍ଵକର୍ମା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ଅଂଚଳର ଶ୍ରମିକ ବେକାର ହୋଇ ଭୋକ ଉପାସରେ ରହୁଛନ୍ତି ଏବଂ ତାଙ୍କ ସ୍ଥାନରେ ବାଙ୍ଗଲାଦେଶୀ ନିର୍ମାଣ ଶ୍ରମିକ ମାନେ ଆସି କାର୍ଯ୍ୟ କରୁଛନ୍ତି । ଏଥିପାଇଁ ସଂଘ ପକ୍ଷରୁ ଗତ ଦିନରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଇବା ସହ ବାଙ୍ଗଲାଦେଶୀ ଶ୍ରମିକମାନଙ୍କୁ ଚିହ୍ନଟ କରି ବିଦା କରିବାକୁ ଦାବୀ କରାଯାଇଥିଲା । ହେଲେ ସେଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ଆଜି ଜନ ସଚେତନତା ଆରମ୍ଭ ହୋଇଛି ବୋଲି କହିଥିଲେ । ସଭାରେ ବାଙ୍ଗଲାଦେଶୀ ଶ୍ରମିକମାନେ ଆସନ୍ତା ଦିନରେ ବରଗଡ଼ରେ ବିଭିନ୍ନ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଥିବା ଓ ବର୍ତ୍ତମାନ ମଧ୍ୟ ଅନେକ ଅସାମାଜିକ କାର୍ଯ୍ୟକଳାପରେ ଏମାନେ ଲିପ୍ତ ରହୁଥିବା ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଭାରେ ନିପନ ଦାଶ, ଲିପସିତ ମିଶ୍ର, ସପ୍ସବିତ ଆଚାର୍ଯ୍ୟ, ଅଶ୍ୱିନୀ ଷଡ଼ଙ୍ଗୀ, ମହମ୍ମଦ ନଜିମୁଦ୍ଧିନ, ସୁଶାନ୍ତ ଦାଶ, ପ୍ରବୀଣ ସାହୁ, ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ, ବଜରଙ୍ଗ ଦଳ ତଥା ବହୁ ସଂଗଠନ ପ୍ରତିନିଧି ଓ ବ୍ୟକ୍ତି ବିଶେଷ ବକ୍ତବ୍ୟ ପ୍ରଦାନ କରିଥିଲେ । ସଭାକୁ ସଂଘର ସଭାପତି ସପନ ଦାଶ ଅଧକ୍ଷତା କରିଥିବା ବେଳେ ଏହାକୁ ଆଇନଜୀବୀ କିରଣ ମିଶ୍ର ପରିଚାଳନା କରିଥିଲେ । ଏହି ସଭାରେ ସଂଘର ସମ୍ପାଦକ ବାଲାସୁ ନାଟେସ ଓ ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.