ଶିକ୍ଷା ସଚେତନତା ରଥ ଲୋକାର୍ପିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସମଗ୍ର ଶିକ୍ଷା ସୁବର୍ଣ୍ଣପୁର ପକ୍ଷରୁ ଗ୍ରାମୀଣ କ୍ଷେତ୍ରରେ ଶିକ୍ଷା ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏକ ଅଭିଯାନ ଆଜି ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାର ସମସ୍ତ ଛଅଟି ବ୍ଲକ ପାଇଁ ସ୍ୱତନ୍ତ୍ର ଭାବେ ସଜ୍ଜିତ ୬ଟି ଶିକ୍ଷା ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ଉଦ୍‌ଘାଟନ କରିଛନ୍ତି । ଆସ ଆମେ ସ୍କୁଲ ଯିବା ବାର୍ତ୍ତାରେ ଏହି ଜନ ସଚେତନତା ରଥ ସମଗ୍ର ଜିଲ୍ଲାକୁ ପରିକ୍ରମା କରି ଲୋକଙ୍କ ମନରେ ଶିକ୍ଷାପ୍ରୀତି ଏବଂ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଲକ୍ଷ୍ୟ ରହିଛି । ଜିଲ୍ଲାପାଳ ର୍କ୍ୟାାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ସଂଯୋଜନା କରିଥିବା ବେଳେ ବ୍ଲକ ଶିକ୍ଷା ଅଧିକାରୀ ରାଜେନ୍ଦ୍ର ମିଶ୍ରଙ୍କ ସହ ଶିକ୍ଷା ଅଧିକାରୀ, ଶିକ୍ଷକ-ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.