ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପାଳସାହିରେ ବୃକ୍ଷ ଲଗାଇ ପରିବେଶ ସଚେତନ କଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସବୁଜ ଡେଲାଙ୍ଗ ଟ୍ରଷ୍ଟ, ବୋଲକଣା, ଡେଲାଙ୍ଗ, ପୁରୀ ପକ୍ଷରୁ ଶିଶୁ ସାହିତ୍ୟିକ, ପ୍ରକୃତିପ୍ରେମୀ, ଆଇନଜୀବୀ ହୃଷୀକେଶ ପାଢ଼ୀ ଆଜି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ପାଳସାହିଠାରେ ପ୍ରତିଷ୍ଠିତ ଶିଶୁ ସାହିତ୍ୟ ସଂଗ୍ରହାଳୟ ଓ ଔଷଧୀୟ ଉଦ୍ୟାନରେ ଶିଶୁ ସାହିତ୍ୟର ରଥି ତଥା ବର୍ଷିଆନ ପରିବେଶବିତ ବୀରେନ୍ଦ୍ର କୁମାର ସାମାନ୍ତରାୟଙ୍କୁ ଅଁଳା ବୃକ୍ଷ ଚାରା ଉପହାର ଦେବା ସହ ବୃକ୍ଷ ରୋପଣ କରି ପରିବେଶ ସଚେତନତା ସୃଷ୍ଟି କରିଥିଲେ । ଏହି ଅବସରରେ ପରିବେଶବିତ ସାମନ୍ତରାୟ ବର୍ତମାନ ଜଳବାୟୁର ଅହେତୁକ ପରିବର୍ତନ ଗଛର ଅଭାବୀ ଓ ବାୟୁମଣ୍ଡଳରେ ବିଷାକ୍ତ ଅଙ୍ଗାରକାମ୍ଳ ବୃଦ୍ଧି ଯୋଗୁଁ ହେଉଛି ବୋଲି ଅଭିହିତ କରିଥିଲେ । ସୁଦୂର ଡେଲାଙ୍ଗରୁ ଆସି ପରିବେଶ ସଚେତନତା କାର୍ଯ୍ୟକ୍ରମ କରିଥିବାରୁ ସବୁଜ ଡେଲାଙ୍ଗ ଟ୍ରଷ୍ଟର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶାର ଜଣାଶୁଣା ସାରସ୍ୱତ ସାଧକ ଫକୀର ଚରଣ ପାଢ଼ୀ, ରାଜକିଶୋର ମନୋହାରୀ, ଶିକ୍ଷୟିତ୍ରୀ କବିତା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.