
ଭୁବନେଶ୍ୱର, (ମମତା ମହାକୁର) : ଭୁବନେଶ୍ୱର ସ୍ଥିତ ଶିକ୍ଷକ ଭବନଠାରେ ସୋମବାର ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘ ସହିତ ରାଜ୍ୟର ସମସ୍ତ ଗଣଶିକ୍ଷକ ସଂଘର ମିଶ୍ରଣ ହୋଇଯାଇଛି । ବିଭିନ୍ନ ଗଣଶିକ୍ଷକ ସଂଘର ସଭାପତି, ସଂପାଦକ ଓ କାର୍ଯ୍ୟକର୍ତ୍ତା ସୁଧାଂଶୁ ଶେଖର ବଡୁ, ରାଜକିଶୋର ତ୍ରିପାଠୀ, ଗୋପାଳ ପାତ୍ର, ଦିଲ୍ଲୀପ ସରକାର, ରଂଜିତା ରାଉତ, ସାଗରିକା ମହାନ୍ତି, ଭୀମସେନ ନାଗ, ପ୍ରମୁଖଙ୍କ ଉପସ୍ଥିତିରେ ମିଳିତ ଭାବେ ମିଶ୍ରଣ ସଭାର ଆୟୋଜନ ହୋଇଥିଲା । ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର)ମହାସଂଘର ସଭାପତି ଶରତ ଚନ୍ଦ୍ର ନାୟକ, ସାଧାରଣ ସଂପାଦକ ପ୍ରଶାନ୍ତ ଖମାରୀ, ମହାସଚିବ ହନେସ ପାତ୍ର ବାଗ, ଉପସଭାପତି ରାଜୀବ ଲୋଚନ ପ୍ରଧାନ, ଗଣମାଧ୍ୟମ ସଂଯୋଜକ ରଂଜୁ ଅମାତ ପ୍ରମୁଖଙ୍କ ଉପସ୍ଥିତିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ୨୦୦ରୁ ଅଧିକ ଗଣଶିକ୍ଷକ ଯୋଗଦାନ କରିଥିଲେ । ରାଜ୍ୟ ପ୍ରାଥମିକ ଶିକ୍ଷକ(ଏକ୍ସକ୍ୟାଡ଼ର) ମହାସଂଘ ଏଣିକି ରାଜ୍ୟରେ ସଭାପତି ଶରତ ନାୟକ, କାର୍ଯ୍ୟକାରୀ ସଭାପତି ଜୟନ୍ତୀ ଲାଲ ସାହୁ, ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ, ହନେସ ପତ୍ର ବାଗ, ବିଜୟ ମିଶ୍ର, ରାଜୀଵ ପ୍ରଧାନ, ରାଜକିଶୋର ବାରିକ, ବିଶ୍ୱରଂଜନ ଦାସ, ଗଙ୍ଗାନାରାୟଣ ପାଢ଼ୀ, ପ୍ରମୋଦ ବେହେରା, ସୁରେନ୍ଦ୍ର ମଲ୍ଲିକ, ଗୋପାଳ ପାତ୍ର, ରାଜକିଶୋର ତ୍ରିପାଠୀ, ସୁଧାଂଶୁ ଶେଖର ବଡୁ ପ୍ରମୁଖଙ୍କ ନେତୃତ୍ୱରେ ନିୟମିତରୁ ବାଦ ପଡିଥିବା ୪୦୦୦ ହଜାର ଗଣଶିକ୍ଷକଙ୍କୁ ନିୟମିତ କରିବା ପାଇଁ ସରକାରଙ୍କଠାରେ ଦାବୀ ଉପସ୍ଥାପନ କରିବା ସହ ଏକ୍ସକ୍ୟାଡ଼ର ଶିକ୍ଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ମହାସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆଗାମୀ ଦିନରେ ମହାସଂଘ କଥାକୁ ସରକାର କର୍ଣ୍ଣପାତ ନକରନ୍ତି, ସମଗ୍ର ରାଜ୍ୟରେ ସମସ୍ତ ଶିକ୍ଷକ ପରିବାର ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଏକ ପ୍ରେସ୍ ବିବୃତିରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ରଂଜୁ ଅମାତ କହିଛନ୍ତି ।