ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପରେଡ୍ ଅଭ୍ୟାସ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥା ଉପରେ କଟକଣା ଲାଗୁ ହୋଇଛି । ପରେଡ୍ ଅଭ୍ୟାସ ପାଇଁ ଶୁକ୍ରବାର ଅପରାହ୍ଣ ୨ଟା ୩୦ରୁ ୫ଟା ମଧ୍ୟରେ ମଧ୍ୟ ବିଭିନ୍ନ ରାସ୍ତାକୁ ବନ୍ଦ କରି ଦିଆଯିବ । ଗାନ୍ଧୀମାର୍ଗକୁ କୌଣସି ଗାଡି ଆସିବାକୁ ଦିଆଯିବନି । ଜନପଥରେ ଟ୍ରାଫିକ୍ ସ୍ୱାଭାବିକ ଭାବେ ଚଳାଚଳ କରିବ । କିନ୍ତୁ ମାଷ୍ଟର କ୍ୟାଣ୍ଟିନ୍ ଠାରୁ ଗାନ୍ଧୀମାର୍ଗକୁ କୌଣସି ଗାଡି ଯିବାକୁ ଅନୁମତି ଦିଆଯିବ ନାହିଁ । ସଚିବାଳୟ ମାର୍ଗରେ ହାଉସିଂ ବୋର୍ଡରୁ ପିଏମ୍ଜି ପଟକୁ ଆସୁଥିବା ଗାଡି ଗୁଡିକ ରବିନ୍ଦ୍ର ମଣ୍ଡପ ପୂର୍ବରୁ ବାମ ପଟକୁ ବୁଲିବେ । ସେମାନଙ୍କୁ ସଚିବାଳୟମାର୍ଗକୁ ଆସିବା ପାଇଁ ଦିଆଯିବ ନାହିଁ । ଏଜି ଛକରୁ ପିଏମ୍ଜି ଛକ ଆଡକୁ ଆସୁଥିବା ଗାଡି ଗୁଡିକ ଇନ୍ଦିରା ପାର୍କ ପୂର୍ବରୁ ଡାହଣକୁ ମୋଡିବେ । ୧୨୦ ବାଟାଲିୟନରୁ ରବିନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଗାଡି ଗୁଡିକ ଏମ୍ଏଲ୍ଏ କଲୋନୀ ମୋଡରେ ବାମକୁ ଯିବେ । ୨୬ ତାରିଖ ଦିନ ସକାଳ ୭ରୁ ୧୦ଟା ପର୍ୟ୍ୟନ୍ତ ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିବ ବୋଲି କମିଶନରେଟ୍ ପୁଲିସ୍ ନିର୍ଦ୍ଦେଶନାମା ଜାରି କରିଛି । ଏହାକୁ ଯିଏ ଉଲ୍ଲଘଂନ କରିବ ତା’ଠାରୁ ଏକ ହଜାରରୁ ୫ ହଜାର ଟଙ୍କା ଫାଇନ୍ ଆଦାୟ କରାଯିବ ।
Next Post