om academy

ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୮ଜଣ ସଦସ୍ୟ ମୃତ

jsm

ଜୟପୁର : ରାଜସ୍ଥାନରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୮ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜୟପୁର-କୋଟା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ତୀବ୍ର ଗତିରେ ଆସୁଥିବା ଗୋଟିଏ ଟ୍ରକ ଆଗରେ ଯାଉଥିବା ଏକ କାରକୁ ଧକ୍କା ମାରିଥିଲା । ଯେଉଁଥିରେ କାରରେ ବସିଥିବା ୮ ଜଣ ଲୋକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ପାଞ୍ଚଜଣ ଲୋକ ଗଭୀର ଭାବେ ଆହାତ ହୋଇଥିଲେ । ତେବେ ଏହି କାରଟିରେ ଯାଉଥିବା ସମସ୍ତ ଲୋକ ମଧ୍ୟପ୍ରଦେଶ ରାଜଗଢ଼ ଜିଲ୍ଲାର ଜିରାପୁର ଗ୍ରାମର ହୋଇଥିବା ଜଣାପଡ଼ିଛି । ସେମାନେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଅଟନ୍ତି । ଖାଟୁ ଶ୍ୟାମ୍ ଜିଙ୍କ ଦର୍ଶନ ସାରି ସମସ୍ତେ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହ‌ଞ୍ଚି ଆହାତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଥିଲେ । ସ୍ଥିତି ଜଟିଳ ହେବାରୁ ସେମାନଙ୍କୁ ଜୟପୁରକୁ ରେଫର୍ କରିଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.