ରେଡକ୍ରସ ତରଫରୁ ଘୋଷଯାତ୍ରାରେ ପାଣି, ମାସ୍କ ଓ ଶିଶୁ ପତ୍ରିକା ବଣ୍ଟନ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ଅବସରରେ ଜୁନିୟର ରେଡକ୍ରସ ତରଫରୁ ପାନୀୟ ଜଳ, ମାସ୍କ ଓ ଶିଶୁ ପତ୍ରିକା ବଣ୍ଟନ କରାଯାଇଥିଲା । ଜୁନିୟର ରେଡକ୍ରସ ପରାମର୍ଶଦାତା ବିରଞ୍ଚି ନାରାୟଣ ଦାଶଙ୍କ ଉଦ୍ୟମରେ କଣ୍ଟାବାଞ୍ଜିରେ ପବିତ୍ର ଘୋଷଯାତ୍ରା ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୫ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଗ୍ରୀଷ୍ମପ୍ରବାହ ଯୋଗୁଁ ଶ୍ରଦ୍ଧାଳୁମାନଙ୍କ ପାଇଁ ପାନୀୟ ଜଳ ଓ ଶିଶୁମାନଙ୍କର ପଠନ ପ୍ରବୃତ୍ତି ବୃଦ୍ଧି ସକାଶେ ଶିଶୁ ପତ୍ରିକା ବଣ୍ଟନ କରିବା ସହିତ ମାସ୍କ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ତଥା ପ୍ରକୃତିବନ୍ଧୁ ସୂର୍ଯ୍ୟକାନ୍ତ ରଣା, ଥମିର ଛତ୍ରିଆ, ଦୀନବନ୍ଧୁ ବଗର୍ତ୍ତୀ, ସୁଶାନ୍ତ ମହାନ୍ତି ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!