oom

ଟେମରୀ ଗ୍ରାମର ମଗରା ନାଳା ଡେମ ରାସ୍ତା ମରାମତି ପାଇଁ ଦାବୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମର ଲୋକମାନେ ଏସଡିଓ କ୍ଷୁଦ୍ର ଜଳସେଚନ ଅଧିକାରୀ ପଦ୍ମପୁରଙ୍କ ଠାରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଅଭିଯୋଗ ଅନୁସାରେ ଆଜକୁ ଦୁଇ ବର୍ଷ ପୂର୍ବେ ଟେମରୀ ଗ୍ରାମ ନିକଟରେ ଥିବା ମଗରା ନାଳାକୁ ରାସ୍ତା ନିର୍ମାଣ କରା ଯାଇଛି । ଏହି ରାସ୍ତା ମୁରୁମ ଓ ମେଟାଲ ଦ୍ୱାରା ନିର୍ମିତ ହୋଇଥିଲା । ଏବେ ବର୍ଷାରେ ସବୁ ମୁରୁମ ଧୋଇ ହୋଇ ଯାଇ ରାସ୍ତା ସାରା ମେଟାଲ ଦେଖା ଯାଉଛି । ଡେମର ପାଣି ରାସ୍ତା ଉପରେ ପ୍ରଖର ସ୍ରୋତରେ ଆସି ରାସ୍ତାକୁ ଧୋଇ ଦେଉଛି । ଯଦି ଏହି ରାସ୍ତା ଉପରେ ଛଅ ଇଞ୍ଚର ମୁରୁମ ବିଛାଇ ଦିଆଯିବ ତେବେ ରାସ୍ତା ଠିକ୍ ହୋଇଯିବ । ଏହି ରାସ୍ତା ଦେଇ ଗାଡି ମଟର କିଛି ଯାଇ ପାରୁନାହିଁ । ଲୋକେ ଯିବା ଆସିବା ପାଇଁ ଅସୁବିଧା ଭୋଗ କରୁଛନ୍ତି । ତେଣୁ ରାସ୍ତା ମଝିରେ ରାସ୍ତାକୁ କାଟି ପାଣି ଯାଉଥିବା ସ୍ଥାନରେ ଯଦି କଲର୍ଭଟ ଟିଏ ନିର୍ମିତ ହୋଇଥାଏ ତେବେ ଯିବା ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେବ ବୋଲି ଗ୍ରାମବାସୀ ଦାବୀ କରିଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ତଦନ୍ତ କରି ପଦକ୍ଷେପ ନେଲେ ଉପକୃତ ହୁଅନ୍ତେ ବୋଲି ଟେମରୀ ଗ୍ରାମବାସୀ ସର୍ବ ବାଳକୃଷ୍ଣ ବନଛୋର, ଚୁଡାମଣି ପାଣିଗ୍ରାହୀ, ଅମୃତ ଲାଲ ଠାକୁର, ୠକୁଣ ବନଛୋର, ଅମୃତ ବାରିକ ପ୍ରମୁଖ ଉପସ୍ଥିତ ହୋଇ ଏସଡିଓ ଅଧିକାରୀ କ୍ଷୁଦ୍ର ଜଳସେଚନ ବିଭାଗଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.