ତୁଜୁଙ୍ଗ ଗ୍ରାମରେ ୫୬ତମ ଶ୍ରୀରାମଲୀଳା ମହୋତ୍ସବ : ସୀତା ଚୋରି ମଞ୍ଚସ୍ଥ

ମ.ରାମପୁର, (ହେମନ୍ତ ସାହୁ): ୧୯୬୭ ମସିହାରୁ ତୁଜୁଙ୍ଗ ଗ୍ରାମରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଶ୍ରୀରାମଲୀଳା ନାଟକ ପରିବେଷିତ ହୋଇ ଆସୁଛି । ମହୋତ୍ସବର ଦ୍ୱିତୀୟ ଦିନରେ ମଞ୍ଚରେ ଅରଣ୍ୟକାଣ୍ଡର ଖର-ଦୁଶଣ-ତ୍ରିଶୀରା ବଧ, ସୂର୍ପଣଖା ନାସା-କର୍ଣ୍ଣ ଛେଦନ ଏବଂ ସୀତା ଚୋରି ନାଟକ ପରିବେଷଣ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ମନ୍ଦାକିନୀ ସିଂଦେଓ ଓ ସମ୍ମାନିତ ଅତିଥି ଭାବରେ ମ.ରାମପୁର ସରପଞ୍ଚ ବୀଣାପାଣି ସାହୁ, ଯୁବଦ୍ୟୋଗୀ-ସମାଜସେବୀ ବିଭୁପ୍ରସାଦ ସାହୁ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଅବିନାଶ ଠାକୁର, , ମ.ରାମପୁର ଶାଖା ପ୍ରବନ୍ଧକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ମାନଭଞ୍ଜନ ସ୍ୱାଇଁ, ନୁନପୁର ସରପଞ୍ଚ ସବିତା ରଣା, ସମାଜସେବୀ ନାରାୟଣ ଅଗ୍ରୱାଲ, ସମାଜସେବୀ ଗୋବିନ୍ଦ ଅଗ୍ରୱାଲ, ଯୁବ ସାମ୍ବାଦିକ ହେମନ୍ତ ସାହୁ ମଞ୍ଚାସୀନ ଥିଲେ । ଶ୍ରୀ ଶ୍ରୀ ରାମଜୀଉ ସାଂସ୍କୃତିକ ଅନୁଷ୍ଠାନର ସଭାପତି କାମଦେବ ସାହୁ, ସମ୍ପାଦକ-ନରେଶ ସାହୁ ତଥା ଉପଦେଷ୍ଟା ଡ଼ଃ ଲୋକନାଥ ସାହୁ ମଧ୍ୟ ଉପସ୍ଥିତ ରହିଥିଲେ । ତୁଜୁଙ୍ଗ ଗ୍ରାମର ଯୁବ ଲେଖକ ତଥା କବି ବିଶ୍ୱନାଥ ସାହୁ ଏବଂ କାମଦେବ ସାହୁ ମିଳିତ ଭାବରେ ମଞ୍ଚ ପରିଚାଳନା ସୁଚାରୁ ରୁପେ କରିବା ସହିତ ଅନୁଷ୍ଠାନ ତରଫରୁ ନାଟକର ରଚୟିତା ଏବଂ ନିର୍ଦେଶକ ପାର୍ଥବ ବାଗଙ୍କୁ ଜୀବନବ୍ୟାପି ନାଟ୍ୟଶ୍ରୀ ସମ୍ମାନରେ ଅତିଥିମାନଙ୍କ ଦ୍ୱାରା ସମ୍ୱର୍ଦ୍ଧିତ କରିଥିଲେ । ମଞ୍ଚର ମୁଖ୍ୟ ଅତିଥି ଏବଂ ଅନୁଷ୍ଠାନର ଆଗ୍ରହ କ୍ରମେ ୬ବର୍ଷ ଧରି ମଞ୍ଚ ପରିଚାଳନା କରୁଥିବା ବିଶ୍ୱନାଥ ସାହୁଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଆସିଥିବା ସମସ୍ତ ଅତିଥି ଅନୁଷ୍ଠାନକୁ ସମସ୍ତ ପ୍ରକାର ସୁବିଧା ଯୋଗେଇଦେବା ଏବଂ ଅନୁଷ୍ଠାନ ତଥା ମନ୍ଦିରର ଉନ୍ନତିକରଣ ପାଇଁ ପ୍ରତିଶୃତି ଦେଇଥିଲେ । ନାଟକର ନିର୍ଦ୍ଦେଶକ ପାର୍ଥବ ବାଗ, ସହ ନିର୍ଦ୍ଦେଶକ ହିତେଶ କୁମାର ସାହୁ, ସଂଗୀତ ନିର୍ଦ୍ଦେଶକ ବିନୋଦ କୁମାର ସାହୁଙ୍କ ତତ୍ୱବାଧାନରେ ନିମ୍ନ କଳାକାରମାନେ ଶ୍ରୀରାମ ଭୂମିକାରେ ରାଜୁମଣୀ ସାହୁ, ଲକ୍ଷ୍ମଣ ଭୂମିକାରେ ସିଦ୍ଧାନ୍ତ ସାହୁ, ସୀତା ଭୂମିକାରେ ଥବିର ସାହୁ(ବୁଲୁ)ଆର୍ତ୍ରେୟ ଏବଂ ଜଟାୟୁ ଭୂମିକାରେ ଜତୀନ୍ଦ୍ର ଗହୀର, ଅନୁସୟା ଭୂମିକାରେ ବିଦ୍ୟାଧର ସାହୁ, ବିରାୟୁଧ ଏବଂ ଖର ଭୂମିକାରେ ଦୀନବନ୍ଧୁ ସାହୁ, ବ୍ରାହ୍ମଣ ଭୂମିକାରେ ସୁଶାନ୍ତ(ଦୀନ), ପ୍ରମୋଦ, ଅକ୍ଷୟ, ଅଗସ୍ତି ଭୂମିକାରେ ଅଜୁ ସାହୁ, ସୁର୍ପଣଖା ଭୂମିକାରେ ସୁଶାନ୍ତ ସାହୁ, ଦୁସଣ ଭୂମିକାରେ ଜନ୍ମେଜୟ ସାହୁ, ତ୍ରିଶୀରା ଭୂମିକାରେ ତହସିଲ ବାଗ, ରାବଣ ଭୂମିକାରେ ନରେଶ ସାହୁ, ମନ୍ଦୋଦରୀ ଭୂମିକାରେ ମିହୀରେନ୍ଦ୍ର ସାହୁ(ରାଜା ମୁଣ୍ଡା), ସୁକସାରଣ ଭୂମିକାରେ ରୋହିତ ସାହୁ, ମାରିଚ ଭୂମିକାରେ ପ୍ରମୋଦ ସାହୁ, ମାୟାମୃଗ ଭୂମିକାରେ ଜତୀନ୍ଦ୍ର ଗହୀର, କୋବନ୍ଧ ଭୂମିକାରେ ସୁଶାନ୍ତ ସାହୁ, ଶବରୀ ଭୂମିକାରେ ବିକାଶ ସାହୁ, ଗୋପାଲ ଭୂମିକାରେ ସୁଶାନ୍ତ, ଅକ୍ଷୟ, ଅଜୁ, ପ୍ରମୋଦ, କୃଷ୍ଣଚନ୍ଦ୍ର, ବୁଲୁ… ବ୍ରହ୍ମା ଭୂମିକାରେ ଜିତୁ ସାହୁ, ବିଷ୍ଣୁ ଭୂମିକାରେ ଗଗନ ସାହୁ, ଶିବ ଭୂମିକାରେ ଗୁଣାକାର ସାହୁ, ନିଜର ନିଖୁଣ ଅଭିନୟରେ ଦର୍ଶକମାନଙ୍କୁ ମୋହିତ କରିଥିଲେ । ବିଭିନ୍ନ କଳାକାରଙ୍କ ପାଇଁ ସୁଧୀର ନାଏକ, ବିନୋଦ ସାହୁ, ଶ୍ରୀମତୀ ସନ୍ତୋଷିନୀ ସାହୁ, ସୁଶ୍ରୀ ଜୟଶ୍ରୀ ସାହୁ, ସୁଶ୍ରୀ ରୀତା ସାହୁ ଏବଂ ସୁଶ୍ରୀ କୁନି ସାହୁ କଣ୍ଠ ପ୍ରଦାନ କରିଥିଲେ । ଲାଇଟ ବିଭାଗ ରାଏଧର ସାହୁ ଏବଂ ପ୍ରଶାନ୍ତ ସାହୁ, ସାଉଣ୍ଡ ବିଭାଗରେ ପ୍ରମୋଦ ସାହୁ ଓ ବଣ୍ଟି ସାହୁ ତଥା ପୋଷାକ-ସାଜସଜ୍ଜା ବିଭାଗରେ ଶ୍ରୀ ପ୍ରତାପ ନାଗ ଓ ଶ୍ରୀ ଗମ୍ଭୀର ସାହୁ ନିଜ ଦାୟିତ୍ବ ତୁଲାଇଥିଲେ । ଅନୁଷ୍ଠାନର ରୋହିତ ସାହୁ, ସତ୍ୟବାନ ସାହୁ, ବରୁଣ ସାହୁ, ହେମନ୍ତ ସାହୁ, ତପନ ସାହୁ, କାହ୍ନା ସାହୁ, ଲାଲୁ ସାହୁ, ସୁନ୍ଦରମନ ସାହୁ, କଂଗ୍ରେସ ସାହୁ, ବିରଞ୍ଚି ସାହୁ, କବି ସାହୁ, ପିଣ୍ଟୁ ସାହୁ, ଯଶୋବନ୍ତ ସାହୁ, ପୁର୍ଣ୍ଣ ସାହୁ, ଶ୍ରୀମତୀ ଉଲପି ସାହୁ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ନାଟକର ଶେଷରେ ମଞ୍ଚ ପରିଚାଳକ ବିଶ୍ୱନାଥ ସାହୁ ସମସ୍ତ ଅତିଥି, ସାମ୍ବାଦିକ ଦର୍ଶକ, କଳାକାର, ଅନୁଷ୍ଠାନ ସଭାପତି, ସମ୍ପାଦକ, ସଦସ୍ୟ-ସଦସ୍ୟ ଏବଂ ସମସ୍ତ ସହଯୋଗୀଙ୍କୁ ମୁଣ୍ଡିଆ ମାରି କୃତଜ୍ଞତା ଜଣାଇଥିଲେ ଓ ଆଗାମୀ ବର୍ଷ ମଧ୍ୟ ଧୁମ୍‌ଧାମ୍‌ରେ ଶ୍ରୀରାମଲୀଳା ମହୋତ୍ସବ ପାଳନ କରାଯିବ ବୋଲି ସୂଚନା ଦେଇଥିଲେ ।

Leave A Reply

Your email address will not be published.