୧୩ତମ ରକ୍ତଦାନ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଆର୍ଯ୍ୟ ସମାଜ ଓ ଇସ୍ପାତ ଜେନେରାଲ ହସ୍‌ପିଟାଲର ମିଳିତ ଆନୁକୂଲ୍ୟରେ ୧୩ତମ ରକ୍ତଦାନ ଶିବିର ଆଇଜିଏଚ୍‌ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆର୍ଯ୍ୟ ସମାଜର ସଭାପତି ତରୁଣକାନ୍ତ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇଜିଏଚ୍‌ ସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡ଼ଃ ବିକେ ହୋତା ମୁଖ୍ୟଅତିଥି ଭାବେ ଯୋଗଦେଇ ରକ୍ତ ଦାନ ମଣିଷର ଏକ ମହତ ଦାନ ବୋଲି କହିଥିଲେ । ଏହି ଶିବିରରେ ୨୦ୟୁନିଟ ରକ୍ତ ସଂଗ୍ରହ କରଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ଆର୍ଯ୍ୟ ସମାଜର ଉପସଭାପତି ବାସୁଦେବ ତ୍ରିପାଠୀ, ସମ୍ପାଦକ ଭଗବାନ ପ୍ରଧାନ, ବିଚିତ୍ର ମୋହନ ବେହେରା, ବାଳକୃଷ୍ଣ ପାଣିଗ୍ରାହୀ, ଦେବେନ୍ଦ୍ରନାଥ ରଥ, ବାବୁ ବିଶ୍ୱାଳ, ରାଜକିଶୋର ବେହେରା, ଉପେନ୍ଦ୍ର ନାୟକ ଓ ବ୍ଲଡ ବ୍ୟାଙ୍କର ଡ଼ଃ ଅରୁଣା କୁମାରୀ ମିଞ୍ଜ, ଡ଼ଃ ପି କେ ଦାସ, ଅଭିରାମ ମଲ୍ଲିକ, ଅଭିଜିତ ପଲ, ଅଥର ଇକବଆଲ, ସୁଜାତା ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.