ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ବାଣିଜ୍ୟ ବିଭାଗରେ ନୂଆ ଓଡିଶା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଉପଖଣ୍ଡସ୍ତରୀୟ ନୂଆ ଓଡିଶା ସାଂସ୍କୃତିକ କାର୍ଯ୍ୟକ୍ରମ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ବାଣିଜ୍ୟ ବିଭାଗ ସମ୍ମୁଖସ୍ଥ ପଡ଼ିଆଠାରେ ଆଜି ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଉପଜିଲ୍ଲାପାଳ ପ୍ରଭାସ ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଏସ୍‌ଡିପିଓ ତୋଫାନ୍‌ ବାଗ୍‌ ଓ ବଲାଙ୍ଗିର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୁଶାନ୍ତ ସିଂ ବରେଣ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଗୀତ, ନୃତ୍ୟ, ବକ୍ତୃତା, ସୋଲୋ ଏକ୍ସଟେମ୍ପର, ସୋଲୋ କମେଡ଼ି, ମନୋ ପ୍ଲେ, ସୋଲୋ ପେଣ୍ଟିଂ ଆଦି କାର୍ଯ୍ୟକ୍ରମ ଜାରି ରହିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.