om academy

ରାଷ୍ଟ୍ରପତି ଭବନରେ ରଜ ପର୍ବ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି

jsm

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି (ଜୁନ୍ ୧୪, ୨୦୨୪) ରାଷ୍ଟ୍ରପତି ଭବନରେ ଆୟୋଜିତ ରଜ ପର୍ବ ଉତ୍ସବରେ ଯୋଗ ଦେଇଛନ୍ତି । ସେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ । ଏହି ଅବସରରେ ରଜ ଶୁଭେଚ୍ଛା ସହିତ ମୟୂରଭଞ୍ଜ ଛଉ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ କର୍ମା ନୃତ୍ୟ ପରିବେଷଣ କରାଯାଇଥିଲା । ରଜ ଉତ୍ସବର ଅଂଶବିଶେଷ ଭାବେ ଫୁଲରେ ସଜ୍ଜିତ ଦୋଳି ଲଗାଯାଇଥିଲା । ଫୁଲ ଓ ଆମ୍ବ ପତ୍ରରେ ସଜ୍ଜିତ ଦୋଳି ଏହି ପର୍ବର ମୁଖ୍ୟ ଆକର୍ଷଣ । ମେହେନ୍ଦି କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବା ସହ ଅଂଶଗ୍ରହଣକାରୀମାନଙ୍କ ପାଇଁ ସରବତ ଓ ପାନ ବ୍ୟତୀତ ବିଭିନ୍ନ ପ୍ରକାର ପିଠା ଭଳି ଓଡ଼ିଆ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା । ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ଓଡ଼ିଶାର କୃଷିଭିତ୍ତିକ ପର୍ବ ରଜ ପର୍ବ ପାଳିତ ହୋଇଛି । ଏହି ଉତ୍ସବରେ ଅଂଶଗ୍ରହଣକାରୀଙ୍କୁ ଓଡ଼ିଆ ସଂସ୍କୃତି ଓ ଜୀବନଶୈଳୀର ଏକ ନିଆରା ଝଲକ ଦେଖିବାକୁ ମିଳିଥିଲା । ରଜ ପର୍ବ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ପର୍ବ । ମୌସୁମୀ ଆରମ୍ଭ ସମୟରେ ତିନଦିନ ଧରି ଏହି କୃଷିଭିତ୍ତିକ ପର୍ବ ପାଳନ କରାଯାଏ । ମହିଳା ଓ ଶିଶୁମାନେ ଏହି ପର୍ବକୁ ଖୁବ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି ।

Leave A Reply

Your email address will not be published.