oom

କରୋନାରେ ମୃତ୍ୟୁବରଣ କରିଥିବା ପିତାମାତାଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରାଏମନ ଫାଉଣ୍ଡେସନ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ଭାଗ୍ୟର ବିଡମ୍ବନା । କେତେବେଳେ କିଏ କଣ ହେବ କେହି କହି ପାରିବେ ନାହିଁ । କିଏ ଜାଣିଥିଲା ଏମିତି ଝଡ଼ ଆସି ଗୋଟିଏ ପରିବାରକୁ ଦୁଃଖ ଆଜାଡ଼ି ଦେବ । ବାପା, ମା’ଙ୍କୁ କରେନା ନେଇଗଲା ଆର ପାରିକି । ବର୍ତ୍ତମାନ ତିନି ଅନାଥଙ୍କ ସବୁ ବୋଝ ବୃଦ୍ଧ ଅଜା ଆଇଙ୍କ ଉପରେ । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ ସୁଲେକେଲା ଗ୍ରାମର ଭାଗବତ ପଡ଼ାରେ । କରୋନା ମହାମାରୀରେ ବାପା ସଞ୍ଜୟ ରାଉତ(୪୦), ମା’ ରୁଖ ରାଉତ(୩୫) ଆର ପାରିକୁ ଚାଲିଯିବା ପରେ ଏବେ ଅସହାୟ, ବେସାହାରା, ଅନାଥ ହୋଇଗଲେ ଝିଅ କୁମାରୀ ରାଜେଶ୍ୱରୀ ରାଉତ(୧୫), କୁମାରୀ ପୂଜା ରାଉତ(୧୨), ପୁଅ ନାରାୟଣ ରାଉତ(୧୦) । ଏମିତି ଦୁଃଖଭରା ସମୟରେ ମୃତକ ପରିବାରକୁ ସମବେଦନା ଓ ସହଯୋଗର ହାତ ବଢ଼ାଇଛନ୍ତି ରାଏମନ ଫାଉଣ୍ଡେସନ ଟିଟିଲାଗଡ଼ । ଫାଉଣ୍ଡେସନର ଅଧକ୍ଷ୍ୟା ଶ୍ରୀମତୀ ରଞ୍ଜୁ ରାଏମନ ଉପସ୍ଥିତ ରହି ବେସାହାରା ପରିବାରକୁ ସମବେଦନା ଜଣେଇ କିଛି ଆର୍ଥିକ ସହାୟତା ଦେବା ସହ ସରକାର ତିନି ଅନାଥ ପୁଅଝିଅଙ୍କ ଥଇଥାନ କରିବା ପର୍ଯ୍ୟନ୍ତ ମାସିକ ୧୦୦୦ ଟଙ୍କା ଆକାରେ ଆର୍ଥିକ ସହାୟତା ରାଶି ଦେବା ଓ ବିଭିନ୍ନ ସରକାରୀ ଯୋଜନାରେ ତଥା ଆର୍ଶିବାଦ ଯୋଜନାରେ ସାମିଲ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଓ ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି ମହତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଏମନ ଫାଉଣ୍ଡେସନ ଅନ୍ୟତମ ସଦସ୍ୟ ଷ୍ଟିଫେନ ରାଏମନ, କୋଶଲ ରାଜ୍ୟ ସମନ୍ଵୟ ସମିତିର ବନମାଳୀ ନାଏକ, ସିପୁନ ଖମାରୀ, ଗିରିରାଜ ଭୋଇ, ସେବୀକା ରାଜହଂସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବେସାହାରା ପରିବାରକୁ ସରକାର ପୋଷ୍ୟ ଭାବେ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.