ଆଜି ଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଜାତୀୟ ଅନଲାଇନ ଟାଏକୋଣ୍ଡୋ ପୁମ୍ସି ପ୍ରତିଯୋଗିତା : ଗଞ୍ଜାମରୁ ୨୦ ପ୍ରତିଯୋଗୀଙ୍କ ଅଂଶଗ୍ରହଣ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜିଠାରୁ ଆରମ୍ଭ ହୋଇଛି ଦ୍ୱିତୀୟ ଜାତୀୟ ଅନଲାଇନ ଟାଏକୋଣ୍ଡୋ ପୁମ୍ସି ପ୍ରତିଯୋଗିତା । ଏହି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୨୦ ପ୍ରତିଯୋଗୀଙ୍କ ଅଂଶଗ୍ରହଣ ହୋଇଥିବା ଜଣାଯାଇଛି । କରୋନା ମହାମାରୀ କାରଣରୁ ବିଭିନ୍ନ ଜାତୀୟ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇ ପାରି ନାହିଁ । ତେବେ ଟାଏକୋଣ୍ଡୋ ଭଳି ଶାରୀରିକ କ୍ରୀଡ଼ାରେ ଇନଡୋର ପ୍ରଶିକ୍ଷଣ ସମ୍ଭବ ହୋଇପାରୁଥିବାରୁ ଏହାର ପ୍ରତିଯୋଗୀମାନେ ଘର ଭିତରେ ରହି ଏହାର ପ୍ରଶିକ୍ଷଣ ଜାରୀ ରଖିଥିଲେ । ଗତ ବର୍ଷ ପରୀକ୍ଷା ମୂଳକ ଭାବେ ଏହି ପ୍ରତିଯୋଗିତା ହୋଇଥିଲା । ଚଳିତ ବର୍ଷ ଆଜି ଠାରୁ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଇଣ୍ଡିଆ ଟାଏକୋଣ୍ଡୋ ଆନୁକୂଲ୍ୟରେ ଆୟୋଜିତ ହୋଇଯାଛି । ଦ୍ଵିତୀୟ ଜାତୀୟ ଅନଲାଇନ୍ ଓପେନ ଟାଏକୋଣ୍ଡୋ ପୁମ୍ସି ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୨୦ ଜଣ ଖେଳାଳୀ ବିଭିନ୍ନ ବର୍ଗରେ ଅଂଶ ଗ୍ରହଣ କରିବେ । ଏହି ଖେଳାଳୀ ମାନେ ସଂଘର ସମ୍ପାଦକ କେ. ମନୋଜ ପ୍ରଧାନଙ୍କର ନେତୃତ୍ତ୍ୱରେ ଅଂଶଗ୍ରହଣ କରିଆସିଛନ୍ତି । ଏଥିରେ ଛତ୍ରପୁର ସ୍ଥିତ କେଏମପି ସ୍ପୋର୍ଟସ ଏକାଡେମୀର ସିନିୟର ବର୍ଗରୁ ରୁଦ୍ରନାରାୟଣ ବେହେରା ଓ ଶୁଭଶ୍ରୀ ପାଢୀ ଏବଂ ଜୁନିୟର ବର୍ଗରେ ପିୟୁସ ପ୍ରସାଦ ଷଡ଼ଙ୍ଗୀ, ଆର୍. ଶିରି, ଆର୍. ରିଶିକା, ତେଜସ୍ୱିନୀ ପାଢୀ ଏବଂ ସବ- ଜୁନିୟର ବର୍ଗରେ ରୁନ୍ସି ବେହେରା, ଜି. ସାଇସ୍ଵସ୍ତିକ ରେଡ୍ଡୀ, ସୁଦୀପ୍ତ କୁମାର ସାହୁ ଭାଗ ନେବା ସହ ଗଞ୍ଜାମ ଟାଇକଣ୍ଡୋ- ଏକାଡେମୀର କୋଚ୍ ଇ. ଲଳିତ କୁମାରଙ୍କ ନେତୃତ୍ୱରେ କେଡେଟ ବର୍ଗରେ ନାରାୟଣ ବେହେରା, ଅମିତ ରାଉଳ, ରୁଦ୍ର ପ୍ରତାପ ସାହୁ, କେ. ଜ୍ୟୋତି ଏବଂ ସବ୍ ଜୁନିଅର ବର୍ଗରେ ଟି. କୀର୍ତ୍ତି ରେଡ୍ଡୀ, ଟି. କାର୍ତ୍ତିକ ରେଡ୍ଡୀ, ଆରବ କୁମାର ବେହେରା, ବ୍ରହ୍ମପୁରରୁ ଜାଗୁଆର ଏକାଡେମୀର କୋଚ ଅମ୍ବିକା ପ୍ରସାଦ ଦାଶଙ୍କ ନେତୃତ୍ୱରେ ସବ ଜୁନିୟର ବର୍ଗରେ ଶୁଭଶ୍ରୀ ନାୟକ, ଅମ୍ଳାନ ପାଢୀ, କ୍ୟାଡେଟ ବର୍ଗରେ ଅଙ୍କିତା ପାତ୍ର, ସୌମ୍ୟ ପ୍ରତାପ ନାୟକ ଏହି ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଓଡ଼ିଶା ଟାଏକୋଣ୍ଡୋ ସଂଘର ସମ୍ପାଦକ ମନମୋହନ ଭଞ୍ଜ ପ୍ରତିଯୋଗୀ ମାନଙ୍କୁ ଭିଡିଓ କନଫରେନ୍ସ ଦ୍ଵାରା କିଛି ଗୁରୁତ୍ଵପୂର୍ଣ୍ଣ ଟିପ୍ପଣୀ ଦେବା ସହ ଶୁଭେଛା ଜଣାଇଛନ୍ତି । ଇଣ୍ଡିଆ ଟାଏକୋଣ୍ଡୋ ସୂଚନା ଅନୁସାରେ ଏହି ପ୍ରତିଯୋଗିତା ସମ୍ପୂର୍ଣ୍ଣ ଭାବରେ ୟୁଟ୍ୟୁବ ଚ୍ୟାନେଲରେ ପ୍ରସାରିତ ହେବାକୁ ଯାଉଛି । ଏହି ପ୍ରତିଯୋଗୀମାନଙ୍କୁ ଜିଲ୍ଲାର ସଭାପତି ଶ୍ରୀକାନ୍ତ ମହାନ୍ତିଙ୍କ ସହ ଅନିତା ମିଶ୍ର, ସି.ଏଚ. ପ୍ରସାଦ ନାୟକ, ମନୋଜ ମହାରଣା, ବସୁ ନାୟକ, ଏସ ଯୁଧିଷ୍ଠିର ରେଡୀ, ଅରୁଣ ରାଉଳ, ଚନ୍ଦନ ପାଢି, ଆଲୋକ ବିଷୋୟୀ ଶୁଭେଛା ଦେବା ସ୍ୱରୂପ ଗଞ୍ଜାମ ଜିଲ୍ଲାରୁ ବିଭିନ୍ନ ମହଲରେ ବିଭିନ୍ନ ସ୍ତରରୁ ଶୁଭେଛା ଜ୍ଞାପନ କରାଯାଇଛି ଏବଂ ସଫଳତା କାମନା କରାଯାଇଛି ।