ଗଞ୍ଜାମ ଜିଲ୍ଲାରେ ସମସ୍ତଙ୍କ ଘରେ ଘରେ ତ୍ରିରଙ୍ଗା ଝଣ୍ଡା ଲାଗିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ, ବ୍ଲକ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସହରାଞ୍ଚଳରେ ପାଳିତ ହେବ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ନିର୍ଦ୍ଦେଶ ମୁତାବକ ଭାରତର ସମସ୍ତ ସ୍ଥାନରେ ଆଜାଦ୍ କା ଅମୃତ ମହୋତ୍ସବ ଅଧିନରେ ‘ହର ଘର ତ୍ରିରଙ୍ଗା’ କର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଗଞ୍ଜାମ ଜିଲ୍ଲାରେ ଏହି କାର୍ଯ୍ୟକ୍ରମଟିକୁ ବ୍ୟାପକ ଆକାରରେ ପାଳନ କରିବା ସକାଶେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗୁରୁବାର ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ପରିଡା ଅବଗତ କରାଇଥିଲେ ଯେ, ଭାରତର ସ୍ୱାଧୀନତା ଉପଲକ୍ଷେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଲୋକଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଘରେ ଜାତୀୟ ପତାକା ଉତ୍ତୋଳନ କରି ଦେଶପ୍ରିତି ଜାଗ୍ରତ କରାଇବା । ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ସମସ୍ତ ଅଞ୍ଚଳରେ କିଭଳି ବ୍ୟାପକ ଭାବେ ପାଳନ ହେବ ସେଥି ସକାଶେ ସରକାରଙ୍କ ପ୍ରଦତ୍ତ ମାର୍ଗଦର୍ଶିକା ଅନୁପାଳନ କରିବାକୁ ଜଣାଇଥିଲେ । ଜିଲ୍ଲାର ସ୍ୱୟଂ ସହାୟିକା ମହିଳା ମାନଙ୍କ ଦ୍ୱାରା ୧୨ ତାରିଖ ମଧ୍ୟରେ ୪ ଲକ୍ଷ ତ୍ରିରଙ୍ଗା ପତାକା ପ୍ରସ୍ତୁତ କରାଯିବ । ଜାତୀୟ ପତାକା ସିଲେଇ କରି ପ୍ରସ୍ତୁତ କାର୍ଯ୍ୟର ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତି ବ୍ଲକ୍ ପିଛା ୧୬, ୬୬୭ ଗୋଟି ପତାକା ଯୋଗାଇ ଦିଆଯିବ । ଜିଲ୍ଲାର ମଣ୍ଡଳ ଉନ୍ନୟନ ଅଧିକାରୀ ଓ ପୌରପାଳିକା / ମହାନଗର ନିଗମର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌର ଆୟୁକ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହେବ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସମନ୍ୱୟରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହେବ । ଲୋକଙ୍କ ହୃଦୟରେ ଜାତୀୟ ଭାବନା ଉଦ୍ରେକ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ଜିଲ୍ଲାପାଳ ଅବଗତ କରାଇଥିଲେ । ତ୍ରିରଙ୍ଗା ଯାତ୍ରା, ତ୍ରିରଙ୍ଗା ରାଲି, ତ୍ରିରଙ୍ଗା ଦୌଡ, ତ୍ରିରଙ୍ଗା ଦସ୍ତଖତ ସଂଗ୍ରହ, ତ୍ରିରଙ୍ଗା ଶପଥ ପାଠ, ତ୍ରିରଙ୍ଗା ସେଲ୍ଫି, ତ୍ରିରଙ୍ଗା ସମ୍ମାନ, ତ୍ରିରଙ୍ଗା ମେଳା ପ୍ରଭୃତି ସଠିକ୍‌ ଭାବେ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସକାଶେ ପୂର୍ବରୁ କାର୍ଯ୍ୟଖସଡା ପ୍ରସ୍ତୁତ କରିବାକୁ ଜଣାଇଥିଲେ । ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଇ, ପ୍ରକଳ୍ପ ନିର୍ଦ୍ଦେଶକ ସହରାଞ୍ଚଳ ଉନ୍ନୟନ ରବୀନ୍ଦ୍ର କୁମାର ପଟେଲ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରବିନାରାୟଣ ବେହେରା, ଡେପୁଟି ସି. ଇ. ଓ. ସତ୍ୟ ସୁନ୍ଦର ଶିବରାମ ପାଇଟାଲ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି ସାଶ୍ୱତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ନ୍ଦର ଶିବରାମ ପାଇଟାଲ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ମିଶନ ଶକ୍ତି ସାଶ୍ୱତ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.