ମେଲଛାମୁଣ୍ତା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ମେଲଛାମୁଣ୍ଡା ଉଚ୍ଚ ବିଦ୍ୟାଳୟରେ ସ୍ୱଚ୍ଛ ଭାରତ ଅଭିଯାନ ଉପରେ ଏକ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କୁମାରୀ ପ୍ରିୟା କାଲୋ ପ୍ରଥମ, କୁମାରୀ ଆଦ୍ୟାଶା ସାହୁ ଦ୍ୱିତୀୟ, ଅନିଶ ଦାଶ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି ପୁରସ୍କାର ବିତରଣୀ ଉସବରେ ସ୍ୱାସ୍ଥ୍ୟ ଓ ଆରୋଗୀ କେନ୍ଦ୍ରର ଆୟୁଷ ଡ଼ା. ଦେବାଶିଷ ରଥ, ସୁପରଭାଇଜର ରାଜେନ୍ଦ୍ର କୁମାର ମିଶ୍ର, ଫାର୍ମାସିଷ୍ଟ ସୋମନାଥ ମେହେର ଓ ଉପେନ୍ଦ୍ର ସାହୁ ତଥା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିନ୍ତାମଣୀ ସାହୁ, ଶିକ୍ଷୟିତ୍ରୀ ସୁକୃତା ସୁନା, ଖେଳ ଶିକ୍ଷକ ଶ୍ରୀବସ୍ୟରାମ ପୁରୋହିତ, ସଂଜୀବ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରି ସଭାସାଙ୍ଗ ହୋଇଥିଲା ।

Leave A Reply

Your email address will not be published.