oom

ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ସାହିତ୍ୟ ଏକାଡେମୀର ସ୍ୱନକ୍ଷତ୍ର ଦିବସ ଉପଲକ୍ଷେ ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରତିଯୋଗିତା କନିଷ୍ଠ ବର୍ଗ ୬ଷ୍ଠରୁ ୭ମ ଶ୍ରେଣୀ ଏବଂ ବରିଷ୍ଠ ବର୍ଗ ୮ମରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଓଡିଆ ପ୍ରବନ୍ଧ, ସାହିତ୍ୟ ସମ୍ପର୍କିତ ବକୃତା, କବିତା ଆବୃତି, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଏବଂ ଇଂରାଜୀରୁ ଓଡିଆ ଅନୁବାଦ ପ୍ରତିଯୋଗିତା ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବ୍ଲକ ଓ ନଗର ସ୍ତରରୁ ମନୋନୀତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନଙ୍କ ମିଶ୍ର ଓ ଓଡିଶା ସାହିତ୍ୟ ଏକାଡେମୀର ସଦସ୍ୟା ଡାକ୍ତର ଜ୍ୟୋତିର୍ମୟୀ ସାହୁଙ୍କ ପରିଚାଳନାରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ସନାତନ ଠାକୁର, ଆନନ୍ଦ ଚନ୍ଦ୍ର ସାହୁ, ରସରାଜ ଅଚ୍ୟୁତ ପୁରୋହିତ, ଡାକ୍ତର ଜ୍ୟୋତିର୍ମୟୀ ସାହୁ, ସବିତା ମହରା, ଗୁରୁଶ୍ରୀ ଡକ୍ଟର ଘାସିରାମ ମିଶ୍ର, ସନ୍ଦୀପ କୁମାର କୁଅଁର, ରଂଜିତ ମିଶ୍ର, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର, କୃଷ୍ଣଚନ୍ଦ୍ର ବାଗ ପ୍ରମୁଖ ଯୋଗ ଦେଇଥିବା ବେଳେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ରମେଶ ମାହାରା, ଆରତୀ ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ପ୍ରବନ୍ଧରେ କନିଷ୍ଠ ବର୍ଗର ଅର୍ଘ୍ୟରୂପା ଯୋଷୀ, ବରିଷ୍ଠରେ ବୈଶାଳୀ ଶତପଥୀ, ସାହିତ୍ୟ ସଂପର୍କୀୟ ବକ୍ତୃତାରେ କନିଷ୍ଠ ଅଭୀପସା ମିଶ୍ର, ବରିଷ୍ଠରେ ଓମ ଅମୃତ ମହାନ୍ତି, କବିତା ଆବୃତ୍ତିରେ କନିଷ୍ଠ ଇନ୍ଦ୍ରାକ୍ଷୀ ସରାଫ, ବରିଷ୍ଠରେ ରଶ୍ମିତା ମାଝୀ, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଏବଂ ଇଂରାଜୀରୁ ଓଡିଆ ଅନୁବାଦରେ କନିଷ୍ଠରେ ମନୋଜ କୁମାର ଦୋରା, ବରିଷ୍ଠରେ ଆଞ୍ଜନେୟା କର ବିଜୟୀ ହୋଇ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡିଛି । ଜିଲ୍ଲା ସ୍ତରରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର, ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.