oom

କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇ ଲଢ଼ିବେ ମୁଖ୍ୟମନ୍ତ୍ରୀ : ସ୍ୱାଗତ ଜଣାଇଲେ ମୁରିବାହାଲ ବ୍ଲକ ଅଞ୍ଚଳବାସୀ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇ ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କଣ୍ଟାବାଞ୍ଜି ସହ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ଆସନରୁ ଏକ ସଙ୍ଗେ ବିଜେଡ଼ିର ବିଧାୟକ ପ୍ରାର୍ଥୀ ଘୋଷିତ ହୋଇଛନ୍ତି । ଏହା ଜାଣିବା ପରେ ତାଙ୍କୁ ଅଜସ୍ର ସ୍ୱାଗତ ସମର୍ଦ୍ଧନା ଜଣାଇଛନ୍ତି ମୁରିବାହାଲ ବ୍ଲକ ଅଞ୍ଚଳବାସୀ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିବାରୁ ବିପୁଳ ସଂଖ୍ୟକ ଭୋଟରେ ବିଜୟୀ କରିବାର ନିଷ୍ପତ୍ତି ନେଇଛନ୍ତି ମୁରିବହାଲ ବ୍ଲକ ବିଜୁ ଜନତା ଦଳ । ଏହି ଅଂଚଳର ବିକାଶ ସୁନିଶ୍ଚିତ ବୋଲି ଅଂଚଳବାସୀ ଆପଣଙ୍କ ଭଳି ପ୍ରାର୍ଥୀ ପାଇ ନିଜକୁ ନିଜେ ଗର୍ବ ଅନୁଭବ କରୁ ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ତଥା ବିଜେଡି ରାଜ୍ୟ ସମ୍ପାଦକ ଓ ପୂର୍ବ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ ପ୍ରକାଶ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ଦୁର୍ଗାମଣ୍ଡପ ନିକଟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଏହାକୁ ସ୍ୱାଗତ କରିବା ସହ ବାଣ ଫୁଟାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବ ବ୍ଲକ ଉପାଧ୍ୟକ୍ଷା ସୁନ୍ଦରମତୀ ବାଗ, ବରିଷ୍ଠ ବିଜେଡି ନେତା ଦିଲ୍ଲୀପ ପୃଷ୍ଟି, ଲମ୍ବୋଦର ବଗର୍ତ୍ତୀ, ମୋହନ ହାତୀ, ନବୀନ ହାତୀ, ସନୋଜ ମହାନନ୍ଦ, ଦେବାଶିଷ ମହାନ୍ତି, ପବିତ୍ର ସାହୁ, ଯୁଧିଷ୍ଠିର ଭରାସଗରିଆ, କଶ୍ୟପ ସରାଫ, ମଳୟ ପୁଟେଲ, ଦୁର୍ଯୋଧନ ବେହେରା, ଜୟକିଶାନ ବାଗ, ଫାଲଗୁନି ହାତୀ, ଦୁଷମନ୍ତ ନାଗ, ତପନ ଦୀପ, ରୋହିତ ଟାକ୍ରି, ବରୁଣ ଲୁହା, ନରେନ୍ଦ୍ର ମହାନନ୍ଦଙ୍କ ସହ ବ୍ଲକ ଅଞ୍ଚଳର ବହୁ ବିଜେଡି କର୍ମୀ ସାମିଲ ହୋଇ ଏହାକୁ ସ୍ୱାଗତ କରିଥିଲେ।

jittmm
Leave A Reply

Your email address will not be published.