oom

ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସିନୀ ମନ୍ଦିରର ମୁଖଶାଳା ଓ ରୋଷେଇ ଗୃହ ମରାମତି ପାଇଁ ପ୍ରସ୍ତୁତି ବୈଠକ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ସର୍ବଭାରତୀୟ ବିଂଝାଲ ସମାଜ ଖପ୍ରାଖୋଲ ବ୍ଳକ ନୂତନ କମିଟିର କର୍ମକର୍ତ୍ତା ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ହରିଶଙ୍କର ସ୍ଥିତ ମାଁ ବିନ୍ଧ୍ୟବାସିନୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ସଭାପତି ଚନ୍ଦ୍ରଶେଖର ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିନ୍ଧ୍ୟ ବାସିନୀ ମନ୍ଦିରର ମୁଖଶାଳା ଓ ରୋଷେଇ ଗୃହର ମରାମତି କରାଯିବା ପାଇଁ ଆଲୋଚନା କରାଯାଇଥିଲା । ଆସନ୍ତା ତା ୨୫.୪.୨୦୨୧ରେ ଏକ ବ୍ଳକ ସ୍ତରୀୟ ସଭା କରିବାପାଇ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ମରାମତି କାର୍ୟ୍ୟ କରିବା ପାଇଁ ବିଭିନ୍ନ ସ୍ତରରୁ କିପରି ଅର୍ଥ ଆସିବ ସେ ନେଇ ସବିଶେଷ ଆଲୋଚନା କରାଯାଇଥିଲା । କମିଟି ପରିଚାଳନା କରିବା ପାଇଁ ଆବଶ୍ୟକ କାଗଜପତ୍ର ଯଥା ସଭା ବହି, ନୋଟିସ ବହ, ସିଲ୍‌ମୋହର, ପାସ୍ ବୁକ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ଉପସଭାପତି କେଶବ ବରିହା, ସଂପାଦକ ବିମଳ ବରିହା, ସହ ସଂପାଦକ ହୃଷିକେଶ ବରିହା, କୋଷାଧ୍ୟକ୍ଷ ବିପିନ ବରିହା, ଶିକ୍ଷାବିତ କୁଶଳ ବରିହା, ସ୍ଥାୟୀ ସଭ୍ୟ ଦୀନବନ୍ଧୁ ବରିହା, ସକ୍ରିୟ ସଭ୍ୟ ଲକ୍ଷେଶ୍ଵର ବରିହା, ମିଡ଼ିଆ ସେଲ୍ ସଂଯୋଜକ ପାଣ୍ଡବ ବରିହା, ନାନ୍ଦୁପଲା ପଞ୍ଚାୟତ ସଭାପତି ଶଶିକାନ୍ତ ବରିହା, ଜିଲ୍ଲା ମିଡ଼ିଆସେଲ ସଂଯୋଜକ ଗୋରେଖନାଥ ବରିହା, ପତ୍ର ବାହକ ରତ୍ନାକର ବରିହା ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.