ସ୍କୁଲରେ କମ୍ପ୍ୟୁଟର ଓ ବିଜ୍ଞାନ ଶିକ୍ଷାର ପ୍ରସାର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍କୁଲରେ କମ୍ପ୍ୟୁଟର ଓ ବିଜ୍ଞାନ ଶିକ୍ଷାର ପ୍ରସାର ହେବ । ଏଥିପାଇଁ ଓଡିଶା ବିଜ୍ଞାନ ଏକାଡେମୀ ସହ “ମୋ ସ୍କୁଲ ଅଭିଯାନ” ମିଳିତ ଭାବରେ କାର୍ଯ୍ୟ କରିବ । ଏଥି ସହିତ ୧୦୭୬ଟି ରୂପାନ୍ତରିତ ହାଇସ୍କୁଲରେ କମ୍ପ୍ୟୁଟର କୋଡିଙ୍ଗ୍ ଶିକ୍ଷା ପ୍ରଦାନ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ୪୪୧ ଜଣ ଶିକ୍ଷକଙ୍କୁ କୋଡିଙ୍ଗ୍ ଶିକ୍ଷା ପ୍ରଦାନ କରାଯିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.