oom

ଦୁର୍ଗମ ଅଞ୍ଚଳରେ ଆରମ୍ଭ ହେଲା ଅପରେସନ : ମାଳ ମାଳ ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

jsmm

ବୈପାରିଗୁଡ଼ା, (ବିକ୍ରାନ୍ତ କୁମାର ବେବର୍ତ୍ତା) : କୋରାପୁଟ ଜିଲ୍ଲା ଜଙ୍ଗଲ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ବୈପାରିଗୁଡା ବ୍ଲକର ଅନେକ ଦୁର୍ଗମ ଗ୍ରାମକୁ ଭଲ ପକ୍କାରାସ୍ତା ନଥିବାରୁ ଏହାର ସୁଯୋଗ ନେଇ ଗଞ୍ଜେଇ ବେପାରୀ ମାନେ ନିରୀହ ଲୋକଙ୍କୁ ଢାଲ ବନାଇ ଜଙ୍ଗଲ ପାହାଡ ଉପରେ ଗଞ୍ଜେଇ ଚାଷ କରୁଥିବାର ନଜର ରହିଛି । ବୈପାରିଗୁଡା ଥାନା ଏରିଆ ଗଞ୍ଜେଇ କାରବାରକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଥିବା ବେଳେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ସମୟରେ ଥାନା ଅଂଚଳରୁ ଏହି ଅଭିଯାନ ଆରମ୍ଭ କରାଯାଇଛି । ସୂଚନା ଅନୁସାରେ ବୈପାରିଗୁଡା ଥାନା ଅଧିକାରୀ ଦୀପାଞ୍ଜଳି ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧୀନରେ ଥିବା କଟରାଗୁଡା, ବାଉଁଶିଆଗୁଡା, ଭାଟିପଡା ଗାଁ ଗୁଡିକର ନିକଟବର୍ତ୍ତୀ ପ୍ରାୟ ୨୩ ଏକର ଜମିମାନଙ୍କରେ ବେଆଇନ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛ ଗୁଡିକୁ କାଟିଦେବା ସହ ଜାଳିପୋଡି ନଷ୍ଟ କରିଦିଆଯାଇଛି । ଯାହାର ଆନୁମାନିକ ମୂଲ୍ୟ ହାରାହାରି ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ ସୂଚନା ଦେଇଛି । ଏହି ଅଭିଯାନରେ ଜୟପୁର ଏସ୍‌ଡିପିଓ, ଡିଭିଏଫ୍‌ ଯବାନ, ଥାନାରେ କାର୍ଯ୍ୟରତ ଏସ୍‌ଆଇ ଧିରେନ ବାରିକ, ଏଏସ୍‌ଆଇ ଶିବଶଙ୍କର ନାୟକ, ମତିସିଂ ନାୟକଙ୍କ ସହ ଥାନାରେ କାର୍ଯ୍ୟରତ ସମସ୍ତ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ସୁରକ୍ଷା ଦୃଷ୍ଟିକୁ ଆଖିଆଗରେ ରଖି ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।

jittmm
Leave A Reply

Your email address will not be published.