ପିପିଲି ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି : ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ମିଳିଲା ଟିକେଟ

ପିପିଲି : ପିପିଲି ଉପ-ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଟିକେଟ୍‌ ଦେଲା ବିଜେଡି । ରୁଦ୍ର ମହାରଥୀଙ୍କ ନାଁରେ ମୋହର ମାରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ । ଏପ୍ରିଲ ୧୭ ତାରିଖରେ ହେବ ପିପିଲି ଉପନିର୍ବାଚନ । ମେ ମାସ ୨ ତାରିଖରେ ଭୋଟ ଗଣତି ସହ ଫଳ ପ୍ରକାଶ ପାଇବ ବୋଲି ଜଣାଯାଇଛି । ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡିଥିଲା । ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ମଧ୍ୟ ପ୍ରଥମେ ଚର୍ଚ୍ଚା ଜୋର୍ ‌ଧରିଥିଲା । ପରେ ବିଜେଡି ସବୁ କଳ୍ପନାର ଅନ୍ତ ଘଟାଇ ସ୍ଵର୍ଗତଃ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ମହାରଥୀଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ତେବେ ଟିକେଟ ମିଳିବା ପରେ ମହାରଥୀଙ୍କ ଘରେ ପହଞ୍ଚିଛନ୍ତି ବିଜେଡିର ବିଧାୟକ ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ମହେଶ୍ୱର ମହାନ୍ତି ଏବଂ ବରି‌ଷ୍ଠ ନେତା ମାନେ ମହାରଥୀଙ୍କ ଘରେ ପହଞ୍ଚିଛନ୍ତି ।

Leave A Reply

Your email address will not be published.