ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବିଶ୍ୱକୁ କରୋନା ମହାମରୀ ଦୋହଳାଇ ଦେଇଥିବା ସମୟରେ ତାର କାୟା ବିସ୍ତାର କରି ବଟବୃକ୍ଷ ଭଳି ବଢ଼ିବାରେ ଲାଗିଛି । କେନ୍ଦ୍ର ସରକାର ତଥା ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବସାଧାରଣଙ୍କ ଧନ ଜୀବନ ସୁରକ୍ଷାକୁ ଦୃଷ୍ଟି ଦେଇ କେତେବେଳେ ଲକ୍ ଡାଉନ୍ ତ କେତେବେଳେ ସଟ୍ ଡାଉନ୍ କରି କୋଭିଡ-୧୯କୁ ଆଖି ଆଗରେ ରଖି ମାକ୍ସ ବ୍ୟବହାର, ସାମାଜିକ ଦୂରତା ସହ ବାରମ୍ବାର ହାତ, ଗୋଡ, ମୁହଁ ଧୋଇବା ଏବଂ ଘରୁ ପଦାକୁ ନ ବାହାରିବା ସକାଶେ ସଚେତନ ମଧ୍ୟ ବିଭିନ୍ନ ପତ୍ରପତ୍ରିକା ତଥା ଟିଲିଭିଜନ ମାଧ୍ୟମରେ ତଥା ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି । ହେଲେ ଧୀରେ ଧୀରେ ବର୍ତ୍ତମାନ ସବୁ ବ୍ୟବସାୟୀ ସଂସ୍ଥା, ଅଫିସ ଆଦି ଖୋଲା ଯାଇଛି ସତ, କିନ୍ତୁ କଟକଣା ବଳବତ୍ତର ରହିଛି । ଧାର୍ମିକ ଅନୁଷ୍ଠାନ, ସ୍କୁଲ ଖୋଲିବା ପାଇଁ କିମ୍ବା ସଭାସମିତି କରିବା ପାଇଁ ଅଦ୍ୟାବଧି ବାରଣ ରହିଛି । ସରକାର କେବେ ସର୍ବସାଧାରଣଙ୍କ ପାଇଁ ଅନୁମତି ପ୍ରଦାନ କରିବେ, ତାହା ନିଷ୍ପତି ବର୍ତ୍ତମାନ ପର୍ୟ୍ୟନ୍ତ ନେଇନାହାନ୍ତି ।
ହେଲେ ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଝାରବନ୍ଧ ପଂଚାୟତର ଜଳଗଡ଼ ସମେତ ଇଚ୍ଛାପୁର, ଜାମସେଠ ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏକ ଆଶ୍ଚର୍ୟ୍ୟ କଲା ଭଳି ଦୃଶ୍ୟ । ଏହି ଗ୍ରାମରେ ଥିବା ବିଦ୍ୟାଳୟ ମାନ ଆଜି ହଠାତ ଖୋଲିଥିଲା ଓ ଛୁଆମାନେ ସ୍କୁଲକୁ ଆସିଥିଲେ ପାଠ ପଢିବା ପାଇଁ । ଦୃଶ୍ୟଟି ଦେଖି ଆଶ୍ଚର୍ୟ୍ୟ ଲାଗିଲା କାରଣ ରାଜ୍ୟ ସରକାର ବର୍ତ୍ତମାନ ସୁଦ୍ଧା ସ୍କୁଲ ଖୋଲିବା ପାଇଁ କୋଣସି ସୂଚନା ପ୍ରଦାନ କରି ନାହାନ୍ତି । ତେବେ ଏହି ସ୍କୁଲ କାହା ଅନୁମତିରେ ଓ କାହିଁକି ଖୋଲିଲା, ତାହା ଏବେ ସାଧାରଣରେ ଚର୍ଚ୍ଚା ହେଉଛି । ଛୁଆମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରା ଯାଇଥିବା ପଦକ୍ଷେପ ସତ୍ୱେ କାହାର ଅଳଦେଶରେ ଶିକ୍ଷକମାନେ ରଶଦବ ଉଲ୍ଲଂଘନ କରିଛନ୍ତି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରିଛି । ଆଶ୍ଚର୍ୟ୍ୟର ବିଷୟ ଏହିଯେ ସ୍କୁଲରେ ଉପସ୍ଥିତ ଚିଛି ଛାତ୍ରଛାତ୍ରୀ କିମ୍ବା ଶିକ୍ଷକଙ୍କ ମୁହଁରେ ମାକ୍ସ ନଥିଲା । ଏହି ବାବଦୀୟ ସ୍ଥିତି ବିଇଓଙ୍କ ଜାଣତରେ ହୋଇନି ତ ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, କଣ ଶିକ୍ଷକ ନିଜ ଇଚ୍ଛାରେ ସ୍କୁଲରେ ପାଠ ପଢ଼ାଉଥିଲେ ନା ଅଧିକାରୀମାନଙ୍କର ଇଂଗିତରେ ଏ ଆଇନ ଭଙ୍ଗ ପ୍ରକ୍ରିୟାରେ ପାଠପଢ଼ା ଚଳାଇ ଥିଲେ, ତାହା ତଦନ୍ତ ପରେ ଜଣା ପଡିବ ।
ହଠାତ ପୃଥିବୀକୁ କଳାବାଦଲ ଢ଼ାଙ୍କିଥିବା ସମୟରେ ସରକାର ଓ କୋଭିଡ଼-୧୯ର ନିୟମ ଖୋଲା ଖୋଲି ଭାବେ ଉଲ୍ଲଂଘନ କରିଥିବା ଶିକ୍ଷକ ଓ ଅଧିକାରୀମାନଙ୍କ ବିରୋଧରେ ଦୃଢ଼ତର ଭାବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟସରକାରଙ୍କୁ ସାଧାରଣ ଜନତା ଦାବୀ କରନ୍ତି ।