oom

ନାବାଳକଙ୍କୁ ଗାଡି ଚାଳନାରୁ ନିବୃତ କରିବାକୁ ଅଭିଭାବକମାନଙ୍କୁ ପରିବହନ ବିଭାଗ ତରଫରୁ ପରାମର୍ଶ

jsmm
  • ନାବାଳକଙ୍କ ଗାଡି ଚାଳନା ଉଭୟ ଧନ ଓ ଜୀବନ ପ୍ରତି ବିପଦ
  • ଆଜି ପାଞ୍ଚ ଜଣ ନାବାଳକଙ୍କ ଠାରୁ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ
  • ସନ୍ଧ୍ୟା ସୁଦ୍ଧା ୪୩ ଜଣ ଆଇନ ଖିଲାପକାରୀ ଗାଡି ଚାଳକଙ୍କୁ ଜୋରିମାନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଆରଟିଓ ଅକ୍ଷୟ କୁମାର ଜେନାଙ୍କ ତତ୍ୱାବଧାନରେ ଜିଲ୍ଲାର ଉଲୁଣ୍ଡା, ବିନିକା ସହ ସନ୍ଧ୍ୟାରେ ସହରର ବ୍ଲକ ଛକଠାରେ ବିନା ଡ୍ରାଇଭିଂ ଲାଇସେନ୍ସରେ ସ୍କୁଲ ଓ କଲେଜର ନାବାଳକ ପିଲାମାନେ ଗାଡି ଚଲାଉଥିବା ବେଳେ ୫ ଜଣ ନାବାଳକ ଗାଡି ଚାଳକ (୨ ଜଣ ବିନିକା, ୨ ଜଣ ଉଲୁଣ୍ଡା ଏବଂ ଜଣେ ସୋନପୁର ବ୍ଲକ ଛକଠାରେ) ପ୍ରତ୍ୟେକଙ୍କ ଠାରୁ ୨୫,୦୦୦/- ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇ ଭବିଷ୍ୟତରେ ଏଭଳି କାର୍ଯ୍ୟ ନକରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୪୩ ଜଣ ଗାଡି ଚାଳକଙ୍କୁ ବିନା ହେଲମେଟ, ନିଶାସକ୍ତ ଡ୍ରାଇଭିଂ, ମୋବାଇଲ ବ୍ୟବହାର ସହ ଗାଡି ଚାଳନା ନିମନ୍ତେ ମୋଟରଯାନ ଆଇନ ମୁତାବକ ଜୋରିମାନା କରାଯାଇଥିବା ସନ୍ଧ୍ୟା ସୁଦ୍ଧା ସୂଚନା ପ୍ରଦାନ କରାଯାଇଥିବା ବେଳେ ସନ୍ଧ୍ୟାରେ ସୋନପୁର ବ୍ଲକ ଛକଠାରେ ପରିବହନ ଅଧିକାରୀ ସୋନପୁରଙ୍କ ନେତୃତ୍ୱରେ ବିଭାଗ ତରଫରୁ ଏହି ଧର ପଗଡ଼ କାର୍ଯ୍ୟକ୍ରମ ଚାଲୁ ରହିଥିଲା ।

jittmm
Leave A Reply

Your email address will not be published.