oum

ଉଦ୍ୟାନ ବିଭାଗ ଅବସରପ୍ରାପ୍ତ ପିଅନ ବସୁଦେବ ବାଗଙ୍କ ପରଲୋକ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ଧୁବଲପଡା ପଞ୍ଚାୟତ ଭାଲୁଜୁରି ଗ୍ରାମର ଉଦ୍ୟାନ ବିଭାଗର ଅବସରପ୍ରାପ୍ତ ପିଅନ ବାସୁଦେବ ବାଗ(୭୭)ଙ୍କ ପରଲୋକ ହୋଇଯାଇଛି । ସ୍ବର୍ଗତ ବାଗ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । ବଲାଙ୍ଗୀର ଭୀମ ଭୋଇ ମେଡିକାଲ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଦୀର୍ଘ ଦିନ ଧରି ପାଟଣାଗଡ଼ ଉଦ୍ୟାନ ବିଭାଗ ଅଫିସ୍ ପିଅନ ଭାବରେ ନିଯୁକ୍ତି ପାଇଥିଲେ । ଦୁଇ ପୁଅ, ଝିଅ ଜ୍ଜାଇଁ, ନାତିନାତୁଣୀଙ୍କୁ ଛାଡି ସେ ଚାଲିଯାଇଛନ୍ତି । ସେ ଜଣେ ଶାନ୍ତ, ଶିଷ୍ଠ,ମେଲାପୀ ଲୋକ ଥିଲେ । ତାଙ୍କର ବଡ଼ ପୁଅ ଚନ୍ଦ୍ରମଣି ବାଗ ମୁଖାଗ୍ନି ଦେଇଥିଲେ । ତାଙ୍କର ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.