ପାଣି ମୋଟର ଚୋରି ଅଭିଯୋଗରେ ତିନି ଗିରଫ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଚାଉଲବାଞ୍ଜି ଗ୍ରାମରୁ ପାଣି ମୋଟର ଚୋରି ଅଭିଯୋଗରେ ଖପ୍ରାଖୋଲ ଥାନା ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଚାଉଲବାଞ୍ଜି ଗ୍ରାମର ଶଙ୍କର ଛତ୍ରିଆ ଏବଂ ଦୂର୍ଯ୍ୟୋଧନ ଛତ୍ରିଆ । ସେହିପରି ଚୋରି ମୋଟର ରଖିଥିବା ଅଭିଯୋଗରେ ଡମଣିମାଲ୍ ଗ୍ରାମର ଚୈବନ ନାଗ ବୋଲି ଜଣାପଡିଛି । ସୂଚନା ଅନୁସାରେ ବନମାଲ ଗ୍ରାମର ବିନୋଦ ଭୋଇ ନିଜ ଚାଷ ଜମିରେ ଲାଗିଥିବା ତିନି ଏଚପି ଲୁବି ସମରସେବୁଲ୍ ମୋଟର ଚୋରି ହୋଇଥିବା ଥାନାରେ ୨୧ ତାରିଖରେ ଅଭିଯୋଗ କରିଥିଲେ । ଏନେଇ ଖପ୍ରାଖୋଲ୍ ଥାନା ପୋଲିସ ଧରପଗଡ କରିବା ପରେ ଚୋର ମାନେ ଧରା ପଡ଼ିଥିଲେ । ଏନେଇ ଏ.ଏସ୍.ଆଇ ସେବନ କେରକେଟା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.